ଓଡ଼ିଶା

କଟକରେ ନକଲି ସର୍ଫ ଏକ୍ସଏଲ ଡିଟରଜେଣ୍ଟ

କଟକ() ବଜାରରୁ ସର୍ଫ ଏକ୍ସଏଲ କିଣୁଛନ୍ତି କି? ଯଦି କିଣୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ…. କାହିଁକି ନା ବଜାରରେ ମିଳୁଛି ନକଲି ସର୍ଫ ଏକ୍ସଏଲ । ଯାହା ଅବିକଳ ବ୍ରାଣ୍ଡ ପରି ଦେଖାଯାଉଛି । ହେଲେ ପ୍ୟାକେଟ ମଧ୍ୟରେ ରହିଛି ନକଲି ସାମଗ୍ରୀ । ଯାହାର ଆଜି ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ ।

କଟକ ମାଲଗୋଦାମ ଅଞ୍ଚଳର ଏକ ଅଟୋରୁ ଏହି ନକଲି ସର୍ଫ ଏକ୍ସଏଲର ରୋଲ ଜବତ ହେବା ପରେ ପୋଲିସର ତଦନ୍ତ ଆରମ୍ଭ ହୋଇଥିଲା । ପ୍ରଥମେ ଟାଙ୍ଗି ପରେ ସଦର ଖଣ୍ଡେଇତା ଓ ଶେଷରେ ମାହାଙ୍ଗାର ଉମର ବୋଲି ଏକ ଗାଁରେ ଏହି ନକଲି ଡିଟରଜେଣ୍ଟ ତିଆରି ହେଉଥିବା ଖବର ପାଇଥିଲା ପୋଲିସ ।

ଆଉ ସଙ୍ଗେ ସଙ୍ଗେ ଚଢ଼ାଉ ମଧ୍ୟ କରିଥିଲା । ଚଢ଼ାଉ ସମୟରେ ନକଲି 1540 କେଜି ପ୍ୟାକେଟ ସର୍ଫ ଏକ୍ସଏଲ ଓ 1800 ଖୋଲା ଗୁଣ୍ଡ ଜବତ କରିଛି ପୋଲିସ । ତେବେ ଜବତ ହୋଇଥିବା ନକଲି ସାମଗ୍ରୀର ଆନୁମାନିକ ମୂଲ୍ୟ ସ୍ପଷ୍ଟ ହୋଇନଥିବା ବେଳେ ଏହି ମାମଲାରେ ଜଣଙ୍କୁ ଅଟକ ରଖିଛି ମାଲଗୋଦାମ ଥାନା ପୋଲିସ ।

Related Articles

Back to top button
WP Twitter Auto Publish Powered By : XYZScripts.com