ଜାତୀୟ
ଜାହାଙ୍ଗୀରପୁରୀରେ ଜବରଦଖଲ ଉଚ୍ଛେଦ ଅଭିଯାନ ବନ୍ଦ କରାଇଲେ ସୁପ୍ରିମ୍ କୋର୍ଟ; ଆସନ୍ତାକାଲି ଶୁଣାଣି
ନୂଆଦିଲ୍ଲୀ() ଜାହାଙ୍ଗୀରପୁରୀରେ ଚାଲିଥିବା ଜବରଦଖଲ ଉଚ୍ଛେଦ ଅଭିଯାନକୁ ବନ୍ଦ କରାଇବା ସହ ଆଗାମୀକାଲି ମାମଲାର ଶୁଣାଣି ହେବ ବୋଲି ଆଜି ସୁପ୍ରିମ୍ କୋର୍ଟ ଆଦେଶ ଦେଇଛନ୍ତି। ଦିଲ୍ଲୀ ହାଇକୋର୍ଟ ମଧ୍ୟ ଆଜି ଅପରାହ୍ଣ ୨ଟା ବେଳେ ଉକ୍ତ ମାମଲା ଶୁଣାଣି କରିବେ ବୋଲି ରାଜି ହୋଇଛନ୍ତି।
ସମ୍ପୂର୍ଣ୍ଣ ଅସାମ୍ବିଧାନିକ ବୋଲି ଦର୍ଶାଇ ଉଚ୍ଛେଦ ଅଭିଯାନ ଉପରେ ରହିତାଦେଶ ଜାରି କରିବା ଲାଗି ଆଗତ ପିଟିସନ୍ର ଶୁଣାଣି କରି ସୁପ୍ରିମ୍ କୋର୍ଟ ଉପରୋକ୍ତ ଆଦେଶ ଦେଇଛନ୍ତି। ବରିଷ୍ଠ ଆଡ୍ଭୋକେଟ୍ ଦୁଷ୍ୟନ୍ତ ଦାୱେ କହିଛନ୍ତି, ଜାହାଙ୍ଗୀରପୁରୀ ଅଞ୍ଚଳରେ ସମ୍ପୂର୍ଣ୍ଣ ଅଣସ୍ବୀକୃତ ଅସାମ୍ବିଧାନିକ ଉଚ୍ଛେଦ ଆଦେଶ ଦିଆଯାଇଛି।
ସଦ୍ୟତମ ସୂଚନା ଅନୁସାରେ, ସୁପ୍ରିମ୍ କୋର୍ଟ ଆଦେଶ ପାଇ ନ ଥିବା କହି ଜାହାଙ୍ଗୀରପୁରୀ ଅଞ୍ଚଳରେ ଉଚ୍ଛେଦ ଅଭିଯାନ ଜାରି ରହିଛି। ଉତ୍ତର ‘ଏମ୍ସିଡି’ କମିସନର୍ କହିଛନ୍ତି, ଆମେ ଏପର୍ଯ୍ୟନ୍ତ ସୁପ୍ରିମ୍ କୋର୍ଟଙ୍କ ଆଦେଶନାମାର କପି ପାଇ ନାହୁଁ। ସେଥିପାଇଁ ଉଚ୍ଛେଦ ଚାଲିଛି।