ଅନ୍ୟାନ୍ୟ

ହିମାଚଳ ପ୍ରଦେଶରେ ବସ୍ ଦୁର୍ଘଟଣା; ୧୬ ମୃତ

ହିମାଚଳ ପ୍ରଦେଶ, ୦୪/୦୭/୨୦୨୨ – ହିମାଚଳ ପ୍ରଦେଶର କୁଲ୍ଲୁରେ ଘଟିଛି ବଡ଼ ଧରଣର ବସ୍ ଦୁର୍ଘଟଣା । ସୋମବାର ସକାଳୁ ଏଭଳି ଦୁଃଖଦ ଖବର ସାମ୍ନାକୁ ଆସିଛି । ସ୍କୁଲକୁ ଯାଉଥିବା ଏକ ବସ୍ ଘାଟି ତଳକୁ ଖସି ପଡିବା ଫଳରେ ଘଟଣାସ୍ଥଳରେ ୧୬ ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ କିଛି ସ୍କୁଲ ଛାତ୍ରଛାତ୍ରୀ ଥିବା କୁହାଯାଉଛି । ମିଳିଥିବା ସୂଚନା ମୁତାବକ, ବସଟି ସେଞ୍ଚ ଘାଟିର ଶେନସରରୁ ସେଞ୍ଚକୁ ଆସୁଥିଲା କିନ୍ତୁ, ସେଞ୍ଚରେ ପହଞ୍ଚିବା ପୂର୍ବରୁ ହିଁ ଜଙ୍ଗଲା ଠାରେ ନିୟନ୍ତ୍ରଣ ହରାଇ ଘାଟି ତଳକୁ ଖସି ପଡିଥିଲା । ଏହି ବସରେ ସ୍ଥାନୀୟ ଲୋକ ମଧ୍ୟ ରହିଥିଲେ । ଘାଟି ତଳକୁ ଖସିବା ପରେ ବସଟି ଭାଙ୍ଗି ଚୁରମାର ହୋଇଯାଇଛି । ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଇ ଦିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com