ଜାତୀୟରାଜନୀତି

କୋଇଲା ଉତ୍ପାଦନ ଅଭାବରୁ ବିଜୁଳି ସଙ୍କଟ, କେନ୍ଦ୍ରର ଜରୁରୀ ବୈଠକ

()  3 ମାସର ବ୍ୟବଧାନ ପରେ କୋଇଲା ସଙ୍କଟ ଏକ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି । ବିରୋଧୀ କଂଗ୍ରେସର ଆରୋପ ଏବଂ କିଛି ରାଜ୍ୟ କେନ୍ଦ୍ରକୁ କୋଇଲା ସଙ୍କଟ ସମ୍ପର୍କରେ ଚିଠି ଲେଖିବାରୁ ଏବେ  ଏହା କେନ୍ଦ୍ର ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଗୃହମନ୍ତ୍ରୀ ଅମିତ ଶାହା ଏନେଇ ଏକ ଜରୁରୀ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି । କୋଇଲା ସଙ୍କଟ କାରଣରୁ ଦେଶର 12ଟି ରାଜ୍ୟରେ ଅନ୍ଧାର ହେବାର ସମସ୍ୟା ଉତ୍ପନ୍ନ ହେବ । ଯାହାର କାରଣ ଦେଶରେ କୋଇଲା ଉତ୍ପାଦନ କମ ହେବା ।

ଦେଶରେ କୋଇଲା ଓ ବିଜୁଳି ସ୍ଥିତିକୁ ନେଇ ମଙ୍ଗଳବାର ଗୃହମନ୍ତ୍ରାଳୟରେ ଶାହାଙ୍କ ଅଧ୍ୟକ୍ଷତାରେ ଏକ ବଡ ବୈଠକ ବସିଥିଲା । କୋଇଲା ଯୋଗୁଁ ଦେଶର କିଛି ରାଜ୍ୟରେ ବିଜୁଳି ସମସ୍ୟା ଦେଖାଯିବ ବୋଲି କୁହାଯାଇଛି । ଏହି ବୈଠକରେ କେନ୍ଦ୍ରୀୟ ଶକ୍ତି ମନ୍ତ୍ରୀ ଆର .କେ ସିଂ, କେନ୍ଦ୍ରୀୟ କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ସମେତ ରେଳମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଗୋଟିଏ ପଟେ ଅସହ୍ୟ ଗ୍ରୀଷ୍ମ ତାତିରୁ ଲୋକେ ଆଉଟପାଉଟ ହେଉଥିବା ବେଳେ କୋଇଲା ଅଭାବ ଜନିତ କାରଣରୁ ବିଜୁଳି ଉତ୍ପାଦନ ହ୍ରାସ ପରିସ୍ଥିତିକୁ ଅଣାୟତ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com