ଓଡ଼ିଶା
ପର୍ଯ୍ୟଟନ ସହରରେ ରାସ୍ତା ଅବସ୍ଥା ଶୋଚନୀୟ, ଦାବି ପରେ ବି ସୁଧୁରୁନି ଡ୍ରେନେଜ ବ୍ୟବସ୍ଥା
ପୁରୀ() ପୁରୀ ସହରରେ ଥିବା ସମସ୍ତ ୱର୍ଡର ବିକାଶ ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । କିନ୍ତୁ ଏହି ଅର୍ଥ କେଉଁ ଦିଗରେ ବିନିଯୋଗ ହେଉଛି ସେ ନେଇ ପ୍ରଶ୍ନ ଉଠିଛି ।ବର୍ଷ ପରେ ବର୍ଷ ବିତିଯାଇଥିଲେ ମଧ୍ୟ ଏଠାକାର ରାସ୍ତାର ନା ହେଉଛି ମରାମତି ନା ସୁଧୁରୁଛି ଡ୍ରେନେଜର ବ୍ୟବସ୍ଥା। ଯାହାଫଳରେ ସ୍ଥାନୀୟ ବାସିନ୍ଦା ଠାରୁ ଆରମ୍ଭ କରି ପର୍ଯ୍ୟଟକ ମାନେ ସମସ୍ତେ କଲବଲ ହେଉଛନ୍ତି ।
ବାରମ୍ବାର ପ୍ରଶାସନ ପାଖରେ ଅଭିଯୋଗ ହେଉଥିଲେ ମଧ୍ୟ ଏଥିପ୍ରତି କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି। କେଉଁଠି ରାସ୍ତା ଉପରୁ କଂକ୍ରିଟ ଉଠି ବଡ ବଡ ଖାଲ ସୃଷ୍ଟି ହୋଇଥିବା ବେଳେ ଧୂଳି ଉଡୁଛି ତ ଆଉ କେଉଁଠି ଥିବା ରାସ୍ତାରେ ଯାତାୟତରେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ସ୍ଥାନୀୟ ବାସିନ୍ଦା ।