ଜାତୀୟ
ଜମ୍ମୁ ଏନ୍କାଉଣ୍ଟର୍ରେ ୨ ଆତଙ୍କବାଦୀ ନିହତ; ଆହତ ଯବାନଙ୍କ ମଧ୍ୟରେ ଜଣେ ଓଡ଼ିଆ

ଜମ୍ମୁ() ଜମ୍ମୁ ଜିଲ୍ଲାର ଜଲାଲାବାଦ ସୁଞ୍ଜ୍ୱାନ୍ ଅଞ୍ଚଳରେ ଗତ ରାତିରେ ଘଟିଥିବା ଏନ୍କାଉଣ୍ଟର୍ରେ ୨ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ନିରାପତ୍ତା ଅଧିକାରୀ ସହିଦ ହୋଇଛନ୍ତି ଏବଂ ‘ସିଆଇଏସ୍ଏଫ୍’ର ଅନ୍ୟୂନ ୯ଜଣ ଯବାନ ଆହତ ହୋଇଛନ୍ତି।
ନିରାପତ୍ତା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନ୍କାଉଣ୍ଟର୍ରେ ଆହତ ହୋଇଥିବା ଯବାନମାନଙ୍କ ମଧ୍ୟରେ ଅଛନ୍ତି ‘ସିଆଇଏସ୍ଏଫ୍’ର ଓଡ଼ିଆ ଯବାନ ପ୍ରମୋଦ ପାତ୍ର, ଆସାମର ଅବିର ସୋରାନ, କଠୁଆର ପୁଲିସ ହେଡ୍ କନେଷ୍ଟବଳ ବଳରାଜ ସିଂହ ଓ ଅଖନୂର ଏସ୍ପିଓ ସାହିଲ୍ ଶର୍ମା।
ସେମାନଙ୍କ ମଧ୍ୟରୁ ୫ଜଣ ଯବାନ ଗତରାତିରେ ଆହତ ହୋଇଥିଲେ। ଆହତମାନଙ୍କ ମଧ୍ୟରେ ଥିବା ଆସିଷ୍ଟାଣ୍ଟ୍ ସବ୍-ଇନ୍ସ୍ପେକ୍ଟର୍ ଏସ୍. ପି. ପଟେଲ୍ଙ୍କର ପରେ ଦେହାନ୍ତ ହୋଇଯାଇଥିଲା। ଆଜି ସକାଳେ ‘ଅଣ୍ଡର୍ ବାରେଲ୍ ଗ୍ରେନେଡ୍ ଲଞ୍ଚର୍’ରୁ ଜଣେ ଆତଙ୍କବାଦୀ ‘ଗ୍ରେନେଡ୍’ ଫିଙ୍ଗିବାରୁ ଆଉ ୫ଜଣ ଯବାନ ଆହତ ହୋଇଛନ୍ତି।
