Breaking NewsFeaturedଓଡ଼ିଶା

ପିକନିକ୍ ବସ୍ ଦୁର୍ଘଟଣାଗ୍ରସ୍ତ, ଗାଇଡଲାଇନ ଜାରିକଲେ ସରକାର

ପିକନିକ ସାରି ଫେରୁଥିଲା ବସ୍ । ସମସ୍ତ ଯାତ୍ରୀ ଆନନ୍ଦ ମନରେ ସ୍ମୃତି ବଖାଣି ଗପସପରେ ବ୍ୟସ୍ତ ଥିଲେ । ମାତ୍ର କେଇ ଘଣ୍ଟାରେ ଘରେ ପହଞ୍ଚି ଥାନ୍ତେ । କିନ୍ତୁ ସବୁ ଭାବନା ଏପଟ ସେପଟ ହେଇଗଲା । ଘରକୁ ଫେରିବା ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହେଲା ବସ୍ । ଏହି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ମହାବୀର ରୋଡ ଥାନା ଭେଜିଆ ଛକରେ । ଗୁରୁବାର ସକାଳୁ ପ୍ରାୟ ୪୦ଜଣ ଯାତ୍ରୀଙ୍କୁ ନେଇ ସମ୍ବଲପୁରରୁ ବଡ଼ଚଣାକୁ ଫେରୁଥିବା ନିରୁପମା ନାମକ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ରଥମେ ହାଇୱା ବସ୍ ଦୁର୍ଘଟଣା ହେବାପରେ ପଛରେ ଦ୍ରୁତ ଗତିରେ ଆସୁଥିବା ଆଉ ଏକ ଟ୍ରକ୍ ବସକୁ ପିଟିଥିଲା ।

ଏହି ସିରିଜ ଦୁର୍ଘଟଣାରେ ଟ୍ରେଲର ଓ ହାଇୱା ଧକ୍କା ହେବା ଫଳରେ ୪୦ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁଙ୍କୁ ତାଳଚେରସ୍ଥିତ ମଣ୍ଡାପାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୪ ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସେପେଟ ମୟୂରଭଞ୍ଜ ବାଙ୍ଗିରିପୋଷି ଦୁଆରଶୁଣି ଘାଟିରେ ମଧ୍ୟ ଘଟିଛି ଦୁର୍ଘଟଣା । ତେଲ ବୋଝେଇ ଟ୍ୟାଙ୍କର ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜିଅନ୍ତା ଜଳିଯାଇଛନ୍ତି ଟ୍ୟାଙ୍କର ଡ୍ରାଇଭର । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଛନ୍ତି ।

ତେଲ ଟ୍ୟାଙ୍କରଟି ଘାଟିରୁ ତଳକୁ ଓହ୍ଳାଉଥିବା ବେଳେ ଘାଟି ଉପରକୁ ଉଠୁଥିବା ଟ୍ରକ ସହ ମୁହାଁମୁହିଁ ଧକ୍କା ହେବା ଦ୍ୱାରା ଏହି ଦୁର୍ଘଟଣା ଘଟିଛି । ତେବେ ଦୁର୍ଘଟଣା ଦୃଷ୍ଟିରୁ ପିକନିକ ପାଇଁ ଗାଇଇଡ ଲାଇନ ଜାରି କରିଛନ୍ତି । ଏଣିକି ଆରଟିଓଙ୍କ ବିନା ଅନୁମତିରେ ଆଉ ପିକନିକ୍ ଯାଇହେବନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com