ଜାତୀୟମନୋରଞ୍ଜନ

‘ସାବାସ୍‌ ମିଠୁ’ର ପୋଷ୍ଟର ସେୟାର କରି ତାପସୀ ଜଣାଇଲେ ଫିଲ୍ମର ରିଲିଜ୍‌ ଡେଟ୍‌, ବୟଫ୍ରେଣ୍ଡ କଲେ ଏପରି କମେଣ୍ଟ

ମୁମ୍ବାଇ() ଭାରତର ପ୍ରସିଦ୍ଧ ଅଭିନେତ୍ରୀ ତାପସୀ ପନ୍ନୁ ବର୍ତ୍ତମାନ ଶୀର୍ଷରେ। ବ୍ୟକ୍ତଗତ ଜୀବନ ହେଉ କିମ୍ବା ବୃତ୍ତିଗତ ସବୁବେଳେ ଆଲୋଚନାରେ ରୁହନ୍ତି । ସେ ତାଙ୍କର ଚମତ୍କାର ଅଭିନୟ ପାଇଁ ଲୋକଙ୍କ ହୃଦୟ ଜିତି ପାରିଛନ୍ତି । ଗତ କିଛି ଦିନ ହେବ ବ୍ୟାଡମିଣ୍ଟନ୍ ପ୍ରଶିକ୍ଷକ ମାଥିଆସ୍ ବୋଇଙ୍କୁ ଡେଟ କରୁଛନ୍ତି। ହେଲ ବିବାହକୁ ନେଇ ଏଯାଏଁ ମୁହଁ ଖୋଲି ନାହାନ୍ତି। ତାପସୀଙ୍କ ଫିଲ୍ମ ହେଉ କିମ୍ବା ମାଥିଆସ୍‌ଙ୍କ ଖେଳ ହେଉ ଦୁହେଁ ଦୁହିଁଙ୍କୁ ଖୁବ୍‌ ସପୋର୍ଟ କରନ୍ତି।ହେଲେ ବର୍ତ୍ତମାନ ତାପସୀ ଫିଲ୍ମ ‘ସାବାସ୍‌ ମିଠୁ’ର ପୋଷ୍ଟର ସେୟାର କରିଥିଲେ । ଯେଉଁଥିରେ ବୟଫ୍ରେଣ୍ଡ ଏଭଳି କିଛି କମେଣ୍ଟ କରିଥିଲେ । ଯେଉଁଥିରେ ଅଭିନେତ୍ରୀ ଏଭଳି ଉତ୍ତରରେ ଦେଇଛନ୍ତି । ଯାହା ଭାଇରାଲ୍‌ ହେବାରେ ଲାଗିଛି ।

ପୂର୍ବରୁ ତାପସୀ ଫିଲ୍ମର ଟିଜର ରିଲିଜ୍‌ କରିଥିଲେ । ବର୍ତ୍ତମାନ ପୋଷ୍ଟର ରିଲିଜ୍‌ କରିବା ସହ ରିଲିଜ ଡେଟ୍‌ ମଧ୍ୟ ଜଣାଇଛନ୍ତି । କେବଳ ଏତିକି ହିଁ ନୁହେଁ ପୋଷ୍ଟରରେ ତାପସୀ  ମିତାଲୀ ରାଜ୍‌ଙ୍କ ଲୁକ୍‌ ରେ ନଜର ଆସିଛନ୍ତି । କୁହାଯାଇଛି କି -ଏଥିରେ ବେଶୀ ପାୱାର ଫୁଲ୍‌କିଛି ନାହିଁ କାଲି ଜଣେ ଝିଅ ନିଜ ପାଇଁ ଏକ ସ୍ବପ୍ନ ଦେଖୁଛି । ତାହାକୁ ପୁରା କରିବା ପାଇଁ ଯୋଜନା କରୁଛି । ଏହି ଫିଲ୍ମଟି  ୧୫ ଜୁଲାଇ ୨୦୨୨ରେ ରିଲିଜ୍‌ କରାଯିବ।

 

View this post on Instagram

 

A post shared by Taapsee Pannu (@taapsee)

ତାପସୀଙ୍କ ଏହି ପୋଷ୍ଟରେ ମାଥିଆସ୍ କମେଣ୍ଟ ଦେଇଛନ୍ତି କି..ଏହା ଛକ୍କା । ତାପସୀ ତାଙ୍କୁ କହିଛନ୍ତି କି ନା.. ନା, ଏହା ଚଉକା ଭଳି ସଟ ଲାଗୁଛି ବୋଧ ହୁଏ ଫଟୋରେ । କହିବାକୁ ଗଲେ ତାପସୀ ଏବଂ ମାଥିଆସ୍ ୨୦୧୪ରେ ଦୁହେଁ ବ୍ୟାଡମିଣ୍ଟନ୍ ଟୁର୍ନାମେଣ୍ଟର ଏକ ଇଭେଣ୍ଟରେ ଭେଟିଥିଲେ । କିଛି ସମୟ ବନ୍ଧୁତା ପରେ ଦୁହେଁ ପରସ୍ପରକୁ ଡେଟ୍ କରିବା ଆରମ୍ଭ କଲେ । ତାପସୀ ଏବଂ ମାଥିଆସ୍ ଦୀର୍ଘ ବର୍ଷ ଧରି ରିଲେସନସିପ୍‌ରେ ଅଛନ୍ତି । ହେଲେ ଯେତେବେଳେ ତାପସୀଙ୍କୁ ବିବାହ ସମ୍ପର୍କରେ ପଚରାଯାଏ ସେ କୌଣସି ପ୍ରକାରର ସୂଚନା ଦିଅନ୍ତି ନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com