ଜାତୀୟ
ଟାଟା ଷ୍ଟିଲ୍ ପ୍ଲାଣ୍ଟରେ ବିସ୍ଫୋରଣ, ୨ ଶ୍ରମିକ ଗୁରୁତର
ରାଞ୍ଚି() ଟାଟା ଷ୍ଟିଲ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ। ଜାମଶେଦପୁର ଟାଟା ଷ୍ଟିଲ୍ ପ୍ଲାଣ୍ଟରେ ଆଜି ସକାଳେ ବିସ୍ଫୋରଣ ପରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଦୁଇ ଜଣ ଶ୍ରମିକ ଗୁରୁତର ହୋଇଥିବା ସୂଚନା ମିଳିଛି।
ସେପଟେ ବିସ୍ଫୋରଣ ପରେ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ପ୍ଲାଣ୍ଟରେ ନିଆଁ ଲାଗିବା ଏବଂ ଗ୍ୟାସ୍ ଲିକ୍ ହେବା ପରେ କର୍ମଚାରୀଙ୍କୁ ତୁରନ୍ତୁ ସୁରକ୍ଷିତ ଭାବେ ପ୍ଲାଣ୍ଟରୁ ବାହାର କରାଯାଇଛି। ନିଆଁକୁ ଆୟତ୍ତ କରିବା ପାଇଁ ଏକାଧିକ ଦମକଳ ଗାଡି ପହଞ୍ଚିଛି।
#WATCH Jharkhand | A fire broke out in a Coke plant of Tata Steel Factory in Jamshedpur due to an alleged blast in a battery. Five fire tenders at the spot, 2 labourers reportedly injured. pic.twitter.com/Y7cBhVSe1A
— ANI (@ANI) May 7, 2022