ଓଡ଼ିଶା
ଅବପାତରେ ପରିଣତ ହେଲା ଲଘୁଚାପ, ଆଜି ନେବ ବାତ୍ୟାର ରୂପ
ଭୁବନେଶ୍ବର() ଗଭୀର ଅବପାତରେ ପରିଣତ ହେଲା ଲଘୁଚାପ । ଏହା ଅଧିକ ଘନୀଭୁତ ହୋଇ ରବିବାର ଏକ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ବର୍ତ୍ତମାନ ଅବପାତଟି ପୁରୀ ଠାରୁ ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଦିଗରେ 1100 କିମି ଦୂରରେ କେନ୍ଦ୍ରୀଭୂତ ଅଛି । ଏହା ଘଣ୍ଟାପ୍ରତି 13 କିମି ବେଗରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ବାତ୍ୟା ପ୍ରଭାବରେ ୧୦ ତାରିଖରୁ ଓଡିଶା ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
ସକ୍ରିୟ ହେଉଛି ଗଭୀର ଅବପାତ, କିଛି ସମୟ ମଧ୍ୟରେ ବାତ୍ୟାର ରୂପ ନେବା ସମ୍ଭାବନା , ପୁରୀ ଠାରୁ ଦକ୍ଷିଣ ଦକ୍ଷିଣ -ପୂର୍ବ ଦିଗରେ ୧୧୦୦ କିମି ଦୂରରେ କେନ୍ଦ୍ରୀଭୂତ, ବର୍ତମାନ ଏହା ଘଣ୍ଟା ପ୍ରତି ୧୩ କମି ବେଗରେ ଉତ୍ତର -ପଶ୍ଚିମ ଦିଗରେ ଗତି କରୁଛି pic.twitter.com/laNpXKtXHI
— Meteorological Centre, Bhubaneswar (@mcbbsr) May 8, 2022