ଓଡ଼ିଶା

ଲୁଟ୍ ଟଙ୍କାରେ ଅୟସ କରୁଥିଲେ ସାଇବର ଅପରାଧୀ

ଭୁବନେଶ୍ବର : ଲୋକଙ୍କଠାରୁ କୋଟି କୋଟି ଟଙ୍କା ଲୁଟ୍‌ କରୁଥିବା ଏହି ସାଇବର୍‌ ଅପରାଧୀମାନଙ୍କ ଜୀବନ ପୂରା ବିଳାସପୂର୍ଣ୍ଣ ଥିଲା। ବିମାନରେ ଦେଶ ସାରା ବୁଲିବା ସହ ବଡ଼ ବଡ଼ ହୋଟେଲରେ ରାତି କଟାଉଥିଲେ। ଲୁଟ୍‌ ଟଙ୍କାରେ ଆପଲ୍ ଆଇଫୋନ୍-୧୨ ମୋବାଇଲ ଓ ଅନ୍ୟାନ୍ୟ ଦାମୀ ସାମଗ୍ରୀ କିଣୁଥିଲେ। କ୍ରାଇମବ୍ରାଞ୍ଚ ଚଢ଼ଉ ବେଳେ ଅପରାଧୀଙ୍କ ଘରୁ ପୁରୀ ସି-ବିଚ୍ ନିକଟ ଏକ ହୋଟେଲର ବିଲ୍, ଦୀପକ କୁମାର ନାଁରେ ଆଇଫୋନ୍-୧୨ର ଫ୍ଲିପକାର୍ଟ ରସିଦ୍ ଆଦି ଜବତ କରିଛି। ସେହିପରି ଅନଲାଇନ୍ ସପିଂ ସାଇଟ୍‌ରୁ ଦାମୀ ଗିଫ୍ଟ ଭାଉଚର୍‌ ମଧ୍ୟ କିଣୁଥିଲେ। ଖାଲି ସେତିକି ନୁହେଁ, ଟଙ୍କା ଲୁଟି ସମ୍ପର୍କୀୟ, ସାଙ୍ଗ, ଚିହ୍ନା ପରିଚିତଙ୍କ ପେ-ଟିଏମ୍, ଗୁଗୁଲ୍ ପେ’, ଫୋନ୍ ପେ’ ଆକାଉଣ୍ଟକୁ ଟ୍ରାନ୍ସଫର୍‌ କରୁଥିଲେ।

ସାଇବର ଅପରାଧୀଙ୍କ ସମ୍ପର୍କରେ ସୂଚନା ମିଳିବା ପରେ ଅପରେସନ୍ ଆରମ୍ଭ କରିଥିଲା ସାଇବର ଥାନା। ପ୍ରାୟ ୧୦ ଦିନ ଧରି ଛାନଭିନ୍ ଚଳାଇଥିଲା। ଠୋସ୍ ପ୍ରମାଣ ପାଇବା ପରେ କିଛି ଦିନ ଧରି ପ୍ରାଚୀବିହାର ଅଞ୍ଚଳରେ ଡେରା ପକାଇଥିଲା। ସାଇବର ଠକଙ୍କ ଗତିବିଧି ଉପରେ ନଜର ରଖିବା ସହ ସ୍ଥାନୀୟ ଲୋକଙ୍କଠାରୁ ସୂଚନା ସଂଗ୍ରହ କରିଥିଲା। ଚଢ଼ଉ ପୂର୍ବରୁ କିଛି ଖସି ଯାଇଥିବା ମଧ୍ୟ ସନ୍ଦେହ କରାଯାଉଛି। ଛକାପଞ୍ଝା ପରେ ସାଇବର୍‌ ପୁଲିସ ହାତରେ ୩ ଜଣ ଧରା ପଡ଼ିଥିଲେ। ସେମାନେ ମଧ୍ୟ ବ୍ୟାଗ ଧରି ଫେରାର୍‌ ହେଉଥିବା ବେଳେ ପୁଲିସ ମାଡ଼ି ବସିଥିଲା। ଏପରିକି ଧସ୍ତାଧସ୍ତି ମଧ୍ୟ ହୋଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com