ଓଡ଼ିଶା

ରାଜଧାନୀରେ ମାତିଲେ ଲୁଟେରା, ମନ୍ଦିରରୁ ନେଇଗଲେ ୮ ଅଷ୍ଟଧାତୁ ମୂର୍ତ୍ତି

(ଭୁବନେଶ୍ୱର) ରାଜଧାନୀ ଭୁବନେଶ୍ୱରରେ ଲୁଟେରାଙ୍କ ଆତଙ୍କରାଜ ଜାରି ରହିଛି। ପୂର୍ବରୁ ବିଭିନ୍ନ ଲୋକଙ୍କ ଘରେ ଚୋରି ହେଉଥିବା ବେଳେ ଏବେ ସ୍ୱଂୟଭଗବାନ ସେମାନଙ୍କ କବଳରୁ ରକ୍ଷା ପାଇନାନ୍ତି। ଭୁବନେଶ୍ୱର ଉପକଣ୍ଠ ଟଙ୍କ ପାଣି ଗାଁର ଟଙ୍କ ପାଣି ମନ୍ଦିରରୁ ଠାକୁରଙ୍କ ମୂର୍ତ୍ତି ଚୋରି କରି ନେଇଛନ୍ତି ଲୁଟେରା। ଏଠାରେ ଥିବା ଲକ୍ଷ୍ମୀ ନାରାୟଣ ମନ୍ଦିରରୁ ଦୁର୍ବୃତ୍ତମାନେ ଗତକାଲି ରାତିରେ ୮ଟି ଅଷ୍ଟ ଧାତୁ ମୂର୍ତ୍ତି ଚୋରି କରି ନେଇଛନ୍ତି।

ଦୁର୍ବୃତ୍ତମାନେ ମନ୍ଦିରର ଗ୍ରୀଲ କାଟି ଚୋରି କରିଛନ୍ତି। ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ଅନେକ ମନ୍ଦିରରୁ ଅଷ୍ଟ ଧାତୁ ମୂର୍ତ୍ତି ଚୋରି ହେବାର ଖରବ ରହିଛି। ମୂର୍ତ୍ତି ଚୋରି ରାକେଟର ଲିଙ୍କ ରାଜ୍ୟ ବାହାରେ ଥିଲେ ମଧ୍ୟ ପୁଲିସ୍‌ କୌଣସି ପ୍ରକାରର ପତ୍ତା ପାଉନି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଲୁଟ ଖବର ମିଳିବା ପରେ ଆମେ କେବଳ କାନ୍ଦୁଛୁ। ଆମେ ବର୍ଷବର୍ଷ ଧରି ଯେଉଁ ଠାକୁରଙ୍କୁ ପୂଜା କରୁଥିଲୁ ଏବେ ସେଗୁଡ଼ିକୁ ଲୁଟେରାମାନେ ନେଇ ଯାଇଛନ୍ତି। ପୁଲିସ୍‌ ତୁରନ୍ତ ଚୋରକୁ ଧରି ମୂର୍ତ୍ତି ଉଦ୍ଧାର କରୁ। ମୂର୍ତ୍ତିଗୁଡ଼ିକ ଅଷ୍ଟଧାତୁରେ ତିଆରି ହୋଇଥିଲା। ଏହାର ମୂଲ୍ୟ ପ୍ରାୟ ୩୦ରୁ ୩୫ ଲକ୍ଷ ହେବ। ଗୋଟିଏ ଗୋଟିଏ ମୂର୍ତ୍ତିର ଓଜନ ୨୦ରୁ ୨୨ କେଜି ହେବ। ଏହି ମୂର୍ତ୍ତିଗୁଡ଼ିକ ୪୦୦ରୁ ୫୦୦ ବର୍ଷ ପୁରୁଣା ବୋଲି ସେ କହିଛନ୍ତି।

ମୂର୍ତ୍ତି ଚୋରିକୁ ନେଇ ସ୍ଥାନୀୟ ଲୋକମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ବ୍ରାଉନସୁଗର ଓ ମଦ ଖାଉଥିବା କିଛି ଯୁବକ ହିଁ ଏପରି କରିଛନ୍ତି। ପୂର୍ବରୁ ଗାଁର ବିଭିନ୍ନ ଲୋକଙ୍କ ଘରୁ ମଧ୍ୟ ଚୋରି ହୋଇଛି। ପୁଲିସ୍‌ କିମ୍ବା ପ୍ରଶାସନ କିଛି ବି କରୁନି। ପୁଲିସ୍‌ କେବଳ ଟଙ୍କା ନେଇ ଚୁପ ବସି ଯାଉଛି। କେବଳ ଟଙ୍କ ପାଣି ନୁହେଁ, ବାଲିଅନ୍ତାର ବିଭିନ୍ନ ମନ୍ଦିରରୁ ଚୋରି ହେଉଛି। ଦୁଇ ବର୍ଷ ତଳେ ଏହି ମନ୍ଦିରରୁ ଗଣେଶ ମୂର୍ତ୍ତି ବି ଚୋରି ହୋଇଥିଲା। ପୁଲିସ୍‌ କିଛି ବି କଲାନାହିଁ। ଆମେ ନୂଆ ମୂର୍ତ୍ତି ଆଣି ପ୍ରତିଷ୍ଠା କରିଛୁ ବୋଲି ପୁପୁନ ବାରିକ ନାମ ଜଣେ ଯୁବକ କହିଛନ୍ତି।

Related Articles

Back to top button