ଜାତୀୟମନୋରଞ୍ଜନ

ବଲିଉଡ୍ ଡେବ୍ୟୁକୁ ନେଇ ମୁହଁ ଖୋଲିଲେ ଅଭିନେତ୍ରୀ ଶେହନାଜ୍ ଗିଲ୍, ଦେଲେ ଏମିତି ଇସାରା

ମୁମ୍ବାଇ: ସଲମାନ ଖାନ୍‌ଙ୍କ ଫିଲ୍ମରୁ ଡେବ୍ୟୁ କରିବେ ଅଭିନେତ୍ରୀ ଶେବନାଜ ଗିଲ୍ । ଗତ କିଛି ଦିନ ହେବ ଏହା ଶୁଣିବାକୁ ମିଳୁଛି । ନିକଟରେ ଯେତେବେଳେ ଶେହନାଜଙ୍କୁ ଡେବ୍ୟୁକୁ ନେଇ ପ୍ରଶ୍ନ କରାଯାଇଥିଲା ସେତେବେଳେ ସେ ଏମିତି କିଛି କଥା କହିଦେଇଥିଲେ ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

କିଛି ଦିନ ହେବ ଏହା ଶୁଣିବାକୁ ମିଳୁଛି ଯେ ଶେହନାଜ ଗିଲ୍ ସଲମାନ ଖାନ୍‌ଙ୍କ ଫିଲ୍ମ ‘କଭି ଇଦ୍ କଭି ଦିଓ୍ବାଲୀ’ରୁ ବଲିଉଡ୍ ଇଣ୍ଡଷ୍ଟ୍ରିରେ ପାଦ ଥାପିବାକୁ ଯାଉଛନ୍ତି । ରିପୋର୍ଟ ଅନୁସାରେ ଶେହନାଜ ଏହି ଫିଲ୍ମରେ ସଲମାନଙ୍କ ଭିଣୋଇ ଅର୍ଥାତ୍ ଅଭିନେତା ଆୟୁଷ ଶର୍ମାଙ୍କ ସହ ରୋମାନ୍ସ କରୁଥିବା ଦେଖିବାକୁ ମିଳିବ ।

Spotboyeର ଖବର ଅନୁସାରେ ଶେହନାଜ ଗିଲଙ୍କୁ ବଲିଉଡ୍ ଡେବ୍ୟୁ ନେଇ ପ୍ରଶ୍ନ କରାଯିବାରୁ ସେ ଜବାବ ଦେବାବେଳେ ଏମିତି ରିଆକ୍ଟ କରିଥିଲେ ଯେ ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ଚାଲିଛି । ଯେତେବେଳେ ଶେହନାଜଙ୍କୁ ବଲିଉଡ୍ ଡେବ୍ୟୁକୁ ନେଇ ଏୟାରପୋର୍ଟରେ ପେପାରାଜି ପ୍ରଶ୍ନ କରିଥିଲା ସେତେବେଳେ ଅଭିନେତ୍ରୀ କିଛି ନକହି ଚୁପ୍ ରହିଥିଲେ ଆଉ ଖାଲି ହସିଥିଲେ । ଶେହନାଜଙ୍କ ଏଭଳି ରିଆକ୍ସନରୁ ବଲିଉଡ୍ ଡେବ୍ୟୁ ଚର୍ଚ୍ଚା ଆହୁରି ଜୋର ଧରିଛି ।

ଏହା ପୂର୍ବରୁ ଶେହନାଜ ଗିଲ୍‌ଙ୍କୁ ଦିଲଜିତ ଦୋସାଞ୍ଜଙ୍କ ସହ ପଞ୍ଜାବୀ ଫିଲ୍ମ ‘ହୌସଲା ରଖ୍’ରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମରେ ଶେହନାଜଙ୍କର ବହୁତ ପ୍ରଶଂସା ହୋଇଥିଲା । ଏହି ଫିଲ୍ମ ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ପରେ ରିଲିଜ ହୋଇଥିଲା । ଏହି କାରଣରୁ ଫିଲ୍ମର ପ୍ରମୋସନ କରିବା ସମୟରେ ଶେହନାଜ ଅନେକ ଥର ଇମୋସନାଲ ହୋଇଥିବା ଦେଖିବାକୁ ମିଳିଥିଲା ​​।

Related Articles

Back to top button
WP Twitter Auto Publish Powered By : XYZScripts.com