ଓଡ଼ିଶା
ଅବକାରୀ ଅଧୀକ୍ଷକ ରୀନା ବେହୁରା ଗିରଫ ପରେ ବଦଳିଲେ ମାହାଙ୍ଗା ଥାନା ଆଇଆଇସି

ରାୟଗଡା: ରାୟଗଡା ଜିଲ୍ଲା ଅବକାରୀ ଅଧୀକ୍ଷକ ରୀନା ବେହୁରା ଭିଜିଲାନ୍ସ ଦ୍ୱାରା ଗିରଫ ହେବା ଏବଂ ଭିଜିଲାନ୍ସ ଚଢାଉ ପରେ ତାଙ୍କ ସ୍ୱାମୀ ତଥା ମାହାଙ୍ଗା ଥାନା ଆଇଆଇସି ନିହାର ରଞ୍ଜନ ମହାନ୍ତିଙ୍କୁ ବଦଳି କରାଯାଇଛି। କଟକ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ରବିବାର ବଦଳି କରାଯାଇଛି। କଟକ ଗ୍ରାମାଞ୍ଚଳ ଏସପି ବି. ଯୁଗଳ କିଶୋର ବଦଳି ନିର୍ଦ୍ଦେଶ ଦେଇଛନ୍ତି।





