ଓଡ଼ିଶା

ସମବାୟ ନିର୍ବାଚନ ପାଇଁ ବିଜେଡିର ବୈଠକ, ଭର୍ଚୁଆଲରେ ସମ୍ବୋଧିତ କରିବେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର: ସମବାୟ ନିର୍ବାଚନ ପାଇଁ ବସିଛି ବିଜେଡିର ବୈଠକ । ଭର୍ଚୁଆଲରେ ସମ୍ବୋଧିତ କରିବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ବିଧାୟକ ପ୍ରତାପ ଦେବଙ୍କୁ ରାଜ୍ୟ କମିଟିର ଆବାହକ ରଖାଯାଇଥିବା ବେଳେ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ପ୍ରଣବ ବଳବନ୍ତରାୟ ଓ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ପରିଚାଳନା ଦାୟିତ୍ବ ଦିଆଯାଇଛି ।

ରାଜ୍ୟ କମିଟି ସହ ସ୍ଥାନୀୟ ନେତା ଓ ବିଧାୟକଙ୍କୁ ନେଇ ୪ଟି ଜୋନ୍‌ ଗଠନ କରାଯାଇଛି । ଏହି ନିର୍ବାଚନ ଦଳୀୟ ଚିହ୍ନରେ ଲଢ଼ାଯାଉ ନଥିଲେ ମଧ୍ୟ ଦଳୀୟ ସମର୍ଥିତ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ନବୀନ ପଟ୍ଟନାୟକ ଆଜି ବୈଠକରେ ଗୁରୁମନ୍ତ୍ର ଦେବେ । ବୈଠକରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ବିଧାୟକ ସୁଶାନ୍ତ ରାଉତ ଉପସ୍ଥିତ ଅଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com