ଆନନ୍ଦପୁର: ଚର୍ଚ୍ଚାରେ ଆନନ୍ଦପୁର ଉପଖଣ୍ଡ ଫକିରପୁର ଗୋଷ୍ଟି ସ୍ବାସ୍ଥକେନ୍ଦ୍ର । କିଛିଦିନ ତଳେ ଏଠାକାର ମେଡିକାଲ ଅଫିସର ଜୟନ୍ତ ଦାସ କେତେକ କର୍ମଚାରୀଙ୍କୁ ନେଇ ନିକଟରେ ଥିବା ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଙ୍କୁ ତାଙ୍କ ବାସ ଭବନରେ ଭେଟିବାକୁ ଯାଇଥିଲେ । ମେଡିକାଲର କିଛି ଉନ୍ନତି ମୁଳକ କାମ ସମ୍ପର୍କରେ ଆଲୋଚନା ପାଇଁ ଥିଲା ଉଦେଶ୍ୟ ।
ତେବେ ବିଧାୟକଙ୍କ ବାସଭବନରେ ପହଁଞ୍ଚିବାପରେ ବିଧାୟକଙ୍କ ଅନୁପସ୍ଥିତିରେ ସେଠାରେ ଉପସ୍ଥିତ ଜଣେ ଯୁବକ ମହିଳା କର୍ମଚାରୀଙ୍କୁ ଗାଳି ଗୁଲଜ କରିବାସହ ମେଡିକାଲ ଅଫିସରଙ୍କୁ ଆକ୍ରମଣ କରିଥିଲା । ଏ ନେଇ ମେଡିକାଲ ଅଫିସର ଆନନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଏହି ଘଟଣାରେ ବିଧାୟକ ଭାଗିରଥି ସେଠୀ ମେଡିକାଲ ର କୈଣସି ଅଫିସର କିମ୍ବା କର୍ମଚାରୀଙ୍କୁ ଆଲୋଚନା ପାଇଁ ଡାକିନଥିବା କହିଛନ୍ତି ।
ତେବେ ଘଟଣା ସମ୍ପର୍କରେ ସେ ପରେ ଅବଗତ ହୋଇଥିବା କହିଛନ୍ତି । ଅନ୍ୟପଟେ ଫକିରପୁର ମେଡିକାଲରେ କାର୍ଯ୍ୟରତ ଦୁଇ ମହିଳା ସୁଇପର କର୍ମଚାରୀ ସୀମା ସେଠୀ ଓ ରଶ୍ମିତା ନାୟକ ମେଡିକାଲ ଅଫିସର ଜୟନ୍ତ ଦାଶଙ୍କ ବିରୋଧରେ ମାନସିକ ନିର୍ଯାତନା ଓ ଜାତିଆଣ ଆକ୍ଷେପର ଅଭିଯେଗ କରିଛନ୍ତି ।
ବିଭିନ୍ନ ସମୟରେ ଜୟନ୍ତ ସେମାନଙ୍କୁ କାର୍ଯ୍ୟକ୍ଷେତ୍ରେରେ ମାନସିକ ନିର୍ଯାତନା ଦେବାସହ ତାଙ୍କ ପ୍ରତି କାର୍ଯ୍ୟକ୍ଷେତ୍ରରେ ହୀନ ମାନସିକତା ପ୍ରର୍ଦଶନ କରୁଥିବା ନେଇ ଥାନା ରେ ମାମଲା ରୁଜୁ କରିଛନ୍ତି । ଉଭୟ ମାମଲା ଆଧାରରେ ପେଲିସ୍ ଏବେ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ କାହାରିକୁ ଗିରଫ କରିନାହିଁ ।
Back to top button