ଅନ୍ୟାନ୍ୟ

କୋଭିଡ୍ ଟିକା ବାଧ୍ୟତାମୂଳକ ନୁହେଁ: ସୁପ୍ରିମକୋର୍ଟଙ୍କୁ ଜଣାଇଲା କେନ୍ଦ୍ର

ନୂଆଦିଲ୍ଲୀ() କୋଭିଡ୍ ମହାମାରୀର ଟିକାକୁ ନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି। ତେବେ କୋଭିଡ୍ ଟିକାକୁ ବାଧ୍ୟତାମୂଳକ କରାଯାଇ ନାହିଁ । କିନ୍ତୁ ବ୍ୟାପକ ଜନସ୍ୱାର୍ଥ୍ୟ ଦୃଷ୍ଟିରୁ କୋଭିଡ୍ ଟିକା ନେବା ଜରୁରୀ ରହିଛି ବୋଲି କେନ୍ଦ୍ର ସରକାର କହିଛନ୍ତି । ସଂକ୍ରମଣକୁ ରୋକିବା ପାଇଁ ଟିକାର ବେଶ ଗୁରୁତ୍ୱ ରହିଛି। ତେଣୁ ଟିକା ନେବା ପାଇଁ ସରକାର ବିଭିନ୍ନ ଫୋରମରେ ପରାମର୍ଶ ଦେବା ସହ ଗଣମାଧ୍ୟମରେ ବିଜ୍ଞାପନ ଦେଇ ସଚେତନ କରୁଛନ୍ତି ବୋଲି ସତ୍ୟପାଠରେ ଉଲ୍ଲେଖ ରହିଛି।

ସୂଚନା ଅନୁଯାୟୀ ଟିକାକରଣକୁ ନେଇ ସୁପ୍ରିମକୋର୍ଟରେ ଏକ ପିଆଇଏଲ ଫାଇଲ କରାଯାଇଥିଲା। ବିଭିନ୍ନ କ୍ଷେତ୍ରରେ କୋଭିଡ୍ ଟିକା ପ୍ରମାଣପତ୍ର  ବାଧ୍ୟତା ମୂଳକ କରାଯାଇଥିବାରୁ ଭିନ୍ନକ୍ଷମମାନଙ୍କୁ ହଇରାଣ ହେବାକୁ ପଡ଼ୁଛି।

ତେବେ ଜବାବରେ ଟିକା ନେବା ବାଧ୍ୟତାମୂଳକ ନୁହଁ । ଏମିତିକି କାହା ଇଚ୍ଛା ବିରୋଧରେ ଟିକା ଦିଆଯାଇପାରିବ ନାହିଁ ବୋଲି କେନ୍ଦ୍ର କହିଛି। କିନ୍ତୁ ସଂକ୍ରମଣକୁ ଦୃଷ୍ଟିରେ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି ବୋଲି କୁହାଯାଛି। ଇଭାରା ସଙ୍ଗଠନ ପକ୍ଷରୁ ଉକ୍ତ ପିଆଏଲ ଫାଇଲ କରାଯାଇଥିଲା ।  ସେଥିରେ ଭିନ୍ନକ୍ଷମମାନେ ସବୁଠାରୁ ବିପଜନ୍ନକ ସ୍ଥିତି ଥିବା ଦର୍ଶାଯାଇଛି। ସେମାନେ ଟିକା କେନ୍ଦ୍ରକୁ ଯାଇ ଟିକା ନେଇପାରୁ ନଥିବାରୁ ବିଭିନ୍ନ କ୍ଷେତ୍ରରେ ଜାରି କରାଯାଇଥିବା ପ୍ରତିବନ୍ଧକରେ ସମ୍ମୁଖୀନ ହେବାକୁ ପଡ଼ୁଛି। ଟିକା ପ୍ରମାଣପତ୍ର ନଥିବାରୁ ଭିନନ୍ନକ୍ଷମମାନଙ୍କୁ ହଇରାଣ ହେବାକୁ ପଡ଼ୁଛି।

ତେବେ ଏନେଇ କେନ୍ଦ୍ର ସରକାର ଏକ ସତ୍ୟପାଠ ଦାଖଲ କରି କହିଛନ୍ତି ଯେ, କୋଭିଡ ଟିକାକରଣକୁ ନେଇ କୌଣସି ଏସଓପି ଜାରି କରାଯାଇ ନାହିଁ। ଯେକୌଣସି କ୍ଷେତ୍ର ପାଇଁ  ଭିନ୍ନକ୍ଷମ ବ୍ୟକ୍ତିଙ୍କୁ କୋଭିଡ୍‌ ଟିକା ପ୍ରମାଣପତ୍ର ଦାଖଲ ଜରୁରୀ ନୁହଁ। ତେବେ ସରକାର ସମସ୍ତଙ୍କୁ ଟିକାକରଣ ପାଇଁ ଡୋର ଡୋର୍‌  ଅଭିଯାନ ଉଦ୍ୟମ କରିବେ । ସେଥିରେ ସମସ୍ତେ ସାମିଲ ହେବାକୁ ଆହ୍ୱାନ କରାଯାଇଛି। ତେବେ କୋଭିଡ୍‌ ଟିକାକରଣକୁ ଗତକାଲି ଏକ ବର୍ଷ ପୂରଣ ହୋଇଛି। ୨୬ ଜାନୁଆରି ୨୦୨୧ରେ ଦେଶରେ ସ୍ୱାସ୍ଥ୍ୟ କର୍ମୀ ଏବଂ ଆଗଧାଡ଼ିର କର୍ମୀଙ୍କ ଟିକାକରଣ ଆରମ୍ଭ ହୋଇଥିଲା। ଏହାପରେ ବିଭିନ୍ନ ବୟସ ବର୍ଗର ବ୍ୟକ୍ତିଙ୍କ ଟିକାକରଣ ପ୍ରକ୍ରିୟା ଜାରି ରହିଛି। ଗତକାଲି  ସୁଦ୍ଧା ୧୫୬ କୋଟି କୋଭିଡ୍‌ ଡୋଜ ଟିକା ପ୍ରଦାନ କରାଯାଇଛି । ହେଲେ ସଂପୂର୍ଣ୍ଣ ଜନସଂଖ୍ୟାର ଟିକାକରଣ ଲକ୍ଷ୍ୟ ହାସଲ ବହୁ ଦୂରରେ ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com