ଅନ୍ତର୍ଜାତୀୟଜାତୀୟମନୋରଞ୍ଜନ
କାନ୍ସର ତୃତୀୟ ଦିନରେ ଐଶ୍ବର୍ଯ୍ୟାଙ୍କ କିଲର ଲୁକ୍, ମତୁଆଲା ହେଲେ ଫଟୋଗ୍ରାଫର
ମୁମ୍ବାଇ: କାନ୍ସ ଫିଲ୍ମ ଫେଷ୍ଟିଭାଲର ପୋଷ୍ଟର ଗର୍ଲ ଭାବରେ କହିବାକୁ ଗଲେ , ସେ ହେଉଛନ୍ତି ଐଶ୍ୱର୍ଯ୍ୟା ରାୟ । ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ରେଡ୍ କାର୍ପେଟ୍ ରେ ନିଜର ଜଲୱା ଦେଖାଇଛନ୍ତି। ପ୍ରଥମ ଦିନରେ ସମସ୍ତେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ମିସ୍ କରିଥିଲେ । ଦୀପିକା ପାଦୁକୋନଙ୍କ ସମେତ ଅନ୍ୟ ସମସ୍ତ ଭାରତୀୟ ଅଭିନେତ୍ରୀଙ୍କ ଲୁକ ପରେ ସମସ୍ତେ କହୁଥିଲେ ଯେ ଐଶ୍ୱର୍ଯ୍ୟା ପ୍ରତ୍ୟେକ ଥର ପରି ଫ୍ୟାଶନ ଆଇକନ୍ ଭାବରେ ରେଡ୍ କାର୍ପେଟ୍କୁ ଓହ୍ଲାଇବେ । ଅଭିନେତ୍ରୀ କାନ୍ସର ଦ୍ୱିତୀୟ ଦିନରେ ଏକ ଧମାଲ୍ ଏଣ୍ଟ୍ରି କରିଥିଲେ । ତାଙ୍କ ଲୁକ୍ ସହିତ ସମସ୍ତଙ୍କ ହୃଦୟ ଜିତିଥିଲେ । ହେଲେ ଏକ ଇଭେଣ୍ଟରେ ଐଶ୍ୱର୍ଯ୍ୟା ଗୋଲାପୀ ରଙ୍ଗର ପୋଷାକରେ ନଜର ଆସିଥିଲେ । ଯାହା ଲୋକମାନଙ୍କୁ ପସନ୍ଦ ଆସିନଥିଲା ଏବଂ ଲୋକମାନେ ତାଙ୍କ ମେକଅପ୍ ତାଙ୍କ ପୋଷାକଙ୍କୁ ନେଇ ଖୁବ୍ ଟ୍ରୋଲ୍ କରିଥିଲେ ।
View this post on Instagram
ହେଲେ ବର୍ତ୍ତମାନ କାନ୍ସର ତୃତୀୟ ଦିନରେ ରେଡ କାର୍ପେଟରେ ପାଦ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। କାହିଁକି ନା ତାଙ୍କ ଲୁକ୍ ଦେଖି ଫଟୋଗ୍ରାଫରମାନେ ମତୁଆଲା ହୋଇଥିଲେ। ତାଙ୍କ ସାମ୍ନାରେ ବହୁତ ପୋଜ ଦେଉଥିବାରେ ଦେଖିବାକୁ ମିଳିଥିଲା । ଏହି ସମୟରେ ଐଶ୍ୱର୍ଯ୍ୟା ଏତେ ସୁନ୍ଦର ଦେଖାଯାଉଥିଲେ ଯେ ସମସ୍ତେ ତାଙ୍କ ଆଡକୁ ଚାହିଁ ରହିଥିଲେ ।
View this post on Instagram