ଓଡ଼ିଶା

ପ୍ରେମରେ ହତାଶ ହୋଇ ଜୀବନ ହାରିଲେ ଆଉ ଜଣେ ପ୍ରେମିକ

ଖୋର୍ଦ୍ଧା: ପ୍ରେମ ନେଲା ଆଉ ଏକ ଜୀବନ । ପ୍ରେମରେ ହତାଶ ହୋଇ ଜୀବନ ହାରିଲେ ଆଉ ଜଣେ ପ୍ରେମିକ । ରାତିରେ ହାତ କାଟିଦେଲେ । ଭିଡ଼ିଓ କରି ବାବା ମମିଙ୍କୁ ଭଲ ପାଉଥିବା କହିବା ସହ ସାନ ଭାଇକୁ ସେମାନଙ୍କ କଥା ବୁଝିବାକୁ କାନ୍ଦି କାନ୍ଦି କଲେ ଅନୁରୋଧ । ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଖୋର୍ଦ୍ଧା ସଦର ଥାନା ଧଉଳିମୁହଁର ସୌମ୍ୟରଞ୍ଜନ ପରିଡାଙ୍କ ମୃତ୍ୟୁ ପୂର୍ବର ଏ ଭିଡ଼ିଓ । ଆଜି ସକାଳୁ ରେଳ ଲାଇନ କଡ଼ରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି ।

ମୃତକ ହେଉଛନ୍ତି ୨୮ ବର୍ଷୀୟ ସୌମ୍ୟ ରଞ୍ଜନ ପରିଡ଼ା । ସେ ବାହାରେ ରହି କାମ କରନ୍ତି । ହେଲେ କିଛିଦିନ ହେବ ଗାଁକୁ ଫେରିଥିଲେ । ପ୍ରେମିକାର ପ୍ରତାରଣା ସହିପରିଲେନି ସୌମ୍ୟ । ଶେଷରେ ହାତ କାଟି ରେଳ ଧାରଣାରେ ଶୋଇପଡ଼ିଲେ ସୌମ୍ୟ । ସାନ ଭାଇ ପାଇଁ କିଛି କରିନାହାନ୍ତି ବୋଲି ମୃତ୍ୟୁ ପୂର୍ବ ଭିଡ଼ିଓରେ ଥିଲା ଅବଶୋସ । ବାବା ମମିଙ୍କ କଥା ବୁଝିବାକୁ ଖୁସିରେ ରଖିବାକୁ ସାନ ଭାଇଙ୍କୁ ଲହୁଲୁହାଣ ହୋଇ କହିଛନ୍ତି ସୌମ୍ୟ । ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com