
ଭୁବନେଶ୍ୱର : ଦୀର୍ଘ ଦିନର ପ୍ରତୀକ୍ଷା ପରେ ଉନ୍ମୋଚିତ ହେଲା ବ୍ଲକବଷ୍ଟରରୁ ବାଲେଟ ବକ୍ସ । ଅଭିନେତା ଅନୁଭବ ମହାନ୍ତିଙ୍କ ଜୀବନୀକୁ ତାଙ୍କ ବାନ୍ଧବୀ ଜାଗୃତି ଶୁକ୍ଳା ଲେଖିଥିବା ଏହି ବହି ଭୁବନେଶ୍ବରରେ ଉନ୍ମୋଚିତ ହୋଇଛି । ବହିରେ ଅନୁଭବଙ୍କ ଜୀବନ ବିଷୟରେ ଅନେକ ଅକୁହା କଥା ଲେଖାଯାଇଛି। ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ଅନୁଭବ ମହାନ୍ତି ଓ ଜାଗୃତି ଶୁକ୍ଲା ଉପସ୍ଥିତ ଥିଲେ ।
ବ୍ଲକବଷ୍ଟରରୁ ବାଲେଟ ବକ୍ସ ବହିରେ ବର୍ଷାଙ୍କ ସହ ତାଙ୍କର ବୈବାହିକ ସମ୍ପର୍କ ଓ ବିଚ୍ଛେଦ କଥା ଲେଖାଯାଇଛି । ୨୦୧୯ ନିର୍ବାଚନ ଜିତିବା ପରେ ତାଙ୍କ ଉପରେ କେମିତି ସମସ୍ତ ଆରୋପ ଲାଗିଥିଲା ଏବଂ ପରେ ଏସବୁ ଆରୋପ କିପରି ମିଛ ପ୍ରମାଣିତ ହୋଇଥିଲା ବୋଲି କହିଛନ୍ତି ଅନୁଭବ। ବର୍ତ୍ତମାନ ସମୟରେ ବିବାହିତ ପୁରୁଷଙ୍କ ଆତ୍ମହତ୍ୟା ସଂଖ୍ୟା ବଢୁଥିବା ବେଳେ ପୁରୁଷଙ୍କ ପ୍ରତି ଅତ୍ୟାଚାର କଥା ସାମ୍ନାକୁ ଆସିବା ଦରକାର ବୋଲି କହିଛନ୍ତି ଅନୁଭବ ।