ଓଡ଼ିଶା

ଓଡ଼ିଶାରେ ୨୬ ଟମାଟୋ ଫ୍ଲୁ ରୋଗୀ ଚିହ୍ନଟ, ବିଶେଷଜ୍ଞ କହିଲେ ଭୟ କରିବାନି ସତର୍କ ରହିବା

ଭୁବନେଶ୍ୱର: ଟମାଟୋ ଫ୍ଲୁ ବୋଲି କୁହାଯାଉଥିବା ହ୍ୟାଣ୍ଡ ଫୁଟ ଆଣ୍ଡ ମାଉଥ ଡିଜିଜର ୨୬ ରୋଗୀ ଓଡ଼ିଶାରେ ଚିହ୍ନଟ । ଏନେଇ ସୂଚନା ଦେଲେ ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର । ସେ କହିଛନ୍ତି, ଏ ରୋଗକୁ ଆମେ ଟମାଟୋ ଫ୍ଲୁ ନ କହି HMFD କହିବା । ୩୬ ସନ୍ଦିଗ୍ଧ HFMD ମାମଲାର ନମୁନା RMRCକୁ ପଠାଯାଇଥିଲା । ସେଥିମଧ୍ୟରୁ ୨୭ ଜଣ ପଜିଟିଭ ବାହାରିଛନ୍ତି ।

ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୧୯ ଜଣ, ଖୋର୍ଦ୍ଧା ଗ୍ରାମାଞ୍ଚଳରୁ ୨ଜଣ, ପୁରୀରୁ ୩ ଜଣ ଓ କଟକରୁ ୨ ଜଣ ଅଛନ୍ତି । ସମସ୍ତ ରୋଗୀ ୯ ବର୍ଷରୁ କମ ବୟସର । ସମସ୍ତେ ଭଲ ଅଛନ୍ତି । ସେମାନଙ୍କ ଉପରେ ଲୋକାଲ ସ୍ୱାସ୍ଥ୍ୟ ଟିମ ନଜର ରଖିଛନ୍ତି । ପଜିଟିଭ ନମୁନାଗୁଡିକୁ ଜିନମ ସିକ୍ୱେନ୍ସିଂ ଲାଗି NIV ପୁନେକୁ ପଠାଯାଇଛି ।

କିଛିଦିନ ପୂର୍ବରୁ ଏ ରୋଗକୁ ସର୍ଭେଲାନ୍ସ ମଧ୍ୟକୁ ଆଣିବାକୁ ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦେଶ ଦିଆଯାଇଥିଲା । ଅଭିଭାବକମାନଙ୍କୁ ପରାମର୍ଶ, ଜ୍ୱର ହେବା, ଭୋକ ନ ଲାଗିବା, ପାଟି ପାଖରେ ଘା ହେବା ଭଳି ଲକ୍ଷଣ ଦେଖାଦେଲେ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ । ପିଲାର ହାଇଡ୍ରେସନ ମେଣ୍ଟେନ ରଖିବା । ଅଧିକ ଜଟିଳତା ଦେଖାଦେଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଏହି ରୋଗ ପୂର୍ବରୁ ଥିଲା ।

ରୋଗୀକୁ ଆଇସଲେସନରେ ରଖିଲେ ଜଣଙ୍କ ମଧ୍ୟରେ ସୀମିତ ରହିବ । ୩ ଦିନରେ ଭଲ ହୋଇପାରୁଛି ଏ ରୋଗ । ତେଣୁ ଏହାକୁ ନେଇ ଡରିବାର ନାହିଁ । ଏହାର ଚିକିତ୍ସା ପାଇଁ କୌଣସି ସ୍ୱତନ୍ତ୍ର ଔଷଧ ବା ଟୀକା ନାହିଁ । ଲକ୍ଷଣ ଅନୁସାରେ ଏହାର ଚିକିତ୍ସା କରାଯାଇଥାଏ । ଯେହେତୁ ରାଜ୍ୟରେ ଏଭଳି ରୋଗୀ ଚିହ୍ନଟ ହେଲେଣି ଆମେ ସତର୍କ ରହିବା ।

Related Articles

Back to top button
WP Twitter Auto Publish Powered By : XYZScripts.com