ଜାତୀୟ

‘ବନ୍ଦେ ମାତରମ୍‌’କୁ ଦିଆଯାଉ ଜାତୀୟ ସଂଗୀତ ସମ୍ମାନ

ନୂଆଦିଲ୍ଲୀ : ‘ବନ୍ଦେ ମାତରମ୍‌’କୁ ଜାତୀୟ ସଂଗୀତ ‘ଜନ ଗଣ ମନ’ ଭଳି ସମାନ ସମ୍ମାନ ଦିଆଯାଉ। ଏନେଇ ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା  ଦାଖଲ କରାଯାଇଛି। ଭାଜପା ନେତା ତଥା ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ ଏହି ଆବେଦନ କରିଛନ୍ତି। ସ୍ବାଧୀନତା ଆନ୍ଦୋଳନ ସମୟରେ ଏହି ସଙ୍ଗୀତଟି ବହୁତ ଗାନ କରାଯାଇଥିଲା ବୋଲି ଆବେଦନରେ କୁହାଯାଇଛି। ବିଦ୍ୟାଳୟ ତଥା ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନରେ ପ୍ରତିଦିନ ଜାତୀୟ ସଙ୍ଗୀତ ଗାନ କରିବା ସହିତ ‘ବନ୍ଦେ ମାତରମ୍‌’ ଗାନ କରିବା କିମ୍ବା ବାଦନ ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ଉଚିତ ବୋଲି କୋର୍ଟଙ୍କ ନିକଟରେ ଦାବି କରାଯାଇଛି। ମାଡ୍ରାସ କୋର୍ଟ ଏବଂ ସୁପ୍ରିମକୋର୍ଟଙ୍କ ଦ୍ୱାରା ୨୪ ଜାନୁୟାରୀ ୧୯୫୦ ରେ ପ୍ରଦାନ କରାଯାଇଥିବା ରାୟକୁ ପାଳନ କରାଯିବାକୁ ଏହି ପିଟିଶନରେ ଦାବି କରାଯାଇଛି। ଆବେଦନରେ ଉଲ୍ଲେଖ କରାଯାଇଛି ଯେ ସମ୍ବିଧାନର ପ୍ରଣେତାମାନେ ଏହାକୁ ସମ୍ମାନ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିବାରୁ ‘ବନ୍ଦେ ମାତରମ୍‌’ କାହାର ଭାବନାକୁ ଆଘାତ କରିବାର କୌଣସି ପ୍ରଶ୍ନ ନାହିଁ।

Related Articles

Back to top button
WP Twitter Auto Publish Powered By : XYZScripts.com