ଓଡ଼ିଶା

ରାଜ୍ୟସଭା ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ, ଆଜିଠୁ ନାମାଙ୍କନ ଦାଖଲ ଆରମ୍ଭ

ଭୁବନେଶ୍ୱର:  ଆସନ୍ତା ୧୦ ତାରିଖରେ ରାଜ୍ୟସଭା ନିର୍ବାଚନ । ଦେଶର ୧୫ଟି ରାଜ୍ୟର ୫୭ଟି ଆସନରେ ହେବ ନିର୍ବାଚନ । ଏଥିପାଇଁ ଆଜି ବାଜିବ ବିଧିବଦ୍ଧ ବିଗୁଲ । ପ୍ରକାଶ ପାଇବ ବିଜ୍ଞପ୍ତି । ଏହା ସହିତ ଆରମ୍ଭ ହେବ ନାମାଙ୍କନ ଦାଖଲ । ଆଜିଠୁ ୩୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିପାରିବେ ପ୍ରାର୍ଥୀ । ଜୁନ୍ ପହିଲାରେ ପ୍ରାର୍ଥୀପତ୍ର ଯାଞ୍ଚ ଏବଂ ଜୁନ୍ ୩ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ଜୁନ ୧୦ରେ ସକାଳ ୯ଟାରୁ ୪ଟା ପର୍ଯ୍ୟନ୍ତ ହେବ ଭୋଟିଂ । ଜୁନ ୧୩ ତାରିଖ ସୁଦ୍ଧା ସରିବ ନିର୍ବାଚନ ପ୍ରକ୍ରିୟା ।

ଓଡ଼ିଶାର ୩ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଓ ଗୋଟିଏ ଆସନ ଲାଗି ଉପନିର୍ବାଚନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି । ଉପନିର୍ବାଚନ ପାଇଁ ମେ ୨୬ ତାରିଖରୁ ପ୍ରାର୍ଥିପତ୍ର ଦାଖଲ ହୋଇ ଜୁନ ୨ ପର୍ଯ୍ୟନ୍ତ ଚାଲିବ । ଜୁନ ୧୩ରେ ହେବ ଉପନିର୍ବାଚନ । ପ୍ରସନ୍ନ ଆଚାର୍ଯ୍ୟ, ଏନ୍‌. ଭାସ୍କର ରାଓ ଏବଂ ସସ୍ମିତ ପାତ୍ରଙ୍କର ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେଉଛି । ୩ଟି ଆସନରେ ନିର୍ବାଚନ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ସୁବାସ ସିଂ ରାଜ୍ୟସଭାରୁ ଇସ୍ତଫା ଦେଇଥିବାରୁ ଗୋଟିଏ ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ସଂଖ୍ୟା ଦୃଷ୍ଟିରୁ ଓଡ଼ିଶାର ୪ଟି ଯାକ ଆସନ ବିଜେଡି ଖାତାକୁ ଯିବା ନିଶ୍ଚିତ । ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଦେବେ ନାହିଁ ବୋଲି ପୂର୍ବରୁ ଇସାରା ଦେଇ ସାରିଛନ୍ତି । ତେବେ ୪ଟି ଆସନରେ କିଏ ବିଜେଡି ପ୍ରାର୍ଥୀ ହେବେ, ଠିକ୍‌ ସମୟରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ ବୋଲି ବିଜେଡି କହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com