ଜାତୀୟ
ବଢ଼ିଲା କାର୍ତ୍ତି ଚିଦାମ୍ବରମ୍ଙ୍କ ଅଡୁଆ, ରୁଜୁ ହେଲା ଆଉ ଏକ ମାମଲା
ନୂଆଦିଲ୍ଲୀ: ପୁଣି ବଢ଼ିଲା ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମ୍ଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍ଙ୍କ ଅଡୁଆ। ଚାଇନା ଭିସା ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କ ବିରୋଧରେ ମନିଲଣ୍ଡରିଂ ମାମଲା ରୁଜୁ କରିଛି।
ଏହାପୂର୍ବରୁ ସୋମବାର ଦିନ ଚୀନ ନାଗରିକଙ୍କୁ ଭିସା ଦେବା ମାମଲାରେ ଅଭିଯୁକ୍ତ ଥିବା କାର୍ତ୍ତି ଚିଦାମ୍ବରମଙ୍କ ଚାଟାର୍ଡ ଆକାଉଣ୍ଟାଣ୍ଟ ଭାସ୍କର ରମଣଙ୍କ ରିମାଣ୍ଡ ଅବଧିକୁ ଅଦାଲତ ଆହୁରି ତିନି ଦିନ ବଢ଼ାଇ ଦେଇଥିଲେ। ମଙ୍ଗଳବାର ତାଙ୍କୁ ପଚରାଉଚରା କରିବା ପରେ ତଦନ୍ତକାରୀ ସଂସ୍ଥା ଭାସ୍କର ରମଣଙ୍କୁ ଗିରଫ କରିଥିଲା।
Enforcement Directorate files money laundering case in alleged Chinese visa scam involving Congress MP Karti Chidambaram: Officials
— ANI (@ANI) May 25, 2022