ଜାତୀୟରାଜନୀତି

ବସିବା ପାଇଁ ସଂରକ୍ଷିତ ନଥିଲା ଆସନ, ରାଗି ଗଲେ ବିଜେପି ସାଂସଦ, ଛାଡି ପଳାଇଲେ ଉପ ରାଜ୍ୟପାଳଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଦିଲ୍ଲୀର ନବ ନିଯୁକ୍ତ ଉପ ରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରୁ ରାଗିକି ଚାଲିଗଲେ ପୂର୍ବତନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ସାଂସଦ ଡକ୍ଟର ହର୍ଷବର୍ଦ୍ଧନ। ସମାରୋହରେ ବସିବା ପାଇଁ କୌଣସି ଆସନ ତାଙ୍କ ପାଇଁ ରିଜର୍ଭ ନଥିବାରୁ ସେ ସେଠାରୁ ଚାଲି ଯାଇଥିବା ଜଣାପଡିଛି।

ଦିଲ୍ଲୀର ରାଜ ନିବାସରେ ଆୟୋଜିତ ସମାରୋହରୁ ସାଂସଦ ହର୍ଷବର୍ଦ୍ଧନ ରାଗି ଯାଇ ଚାଲି ଯାଉଥିବା ଦେଖିବାକୁ ମିଳିଥିଲା। ଏନଡିଟିର ରିପୋର୍ଟ ଅନୁସାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଥିଲେ, ‘ସମାରୋହରେ ବସିବା ବ୍ୟବସ୍ଥା ଉପରେ ସେ ଅସନ୍ତୁଷ୍ଟ ଏବଂ ଏହି ପ୍ରସଙ୍ଗକୁ ବିନୟ ସକ୍ସେନଙ୍କ ନିକଟରେ ଉଠିଇବେ’। ସେମାନେ ଜଣେ ସାଂସଦଙ୍କ ପାଇଁ ମଧ୍ୟ କୌଣସି ସିଟ୍ ସଂରକ୍ଷିତ ରଖି ନଥିଲେ ବୋଲି ହର୍ଷବର୍ଦ୍ଧନ କହିଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଗୁରୁବାର ଦିଲ୍ଲୀର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ବିପିନ ସଂଘୀ ଦିଲ୍ଲୀ ଉପ ରାଜ୍ୟପାଳ ଭାବେ ବିନୟ ସକ୍ସେନାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଥିଲେ। ଦିଲ୍ଲୀର ପୂର୍ବତନ ଉପ ରାଜ୍ୟପାଳ ଅନିଲ ବୈଜଲ ବ୍ୟକ୍ତି କାରଣ ଦର୍ଶାଇ ଗତ ସପ୍ତାହରେ ଇସ୍ତଫା ଦେବା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିନୟ ସକ୍ସେନାଙ୍କୁ ନୂତନ ଉପ ରାଜ୍ୟପାଳ ନିଯୁକ୍ତ କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com