ଜାତୀୟ

କୂଅରୁ ମିଳିଲା ପାଞ୍ଚ ମୃତଦେହ, ଝଗଡା ପରେ ଶ୍ଵଶୁର ଘରୁ ନିଖୋଜ ଥିଲେ ତିନି ଭଉଣୀ

ଜୟପୁର: ରାଜସ୍ଥାନର ଜୟପୁର ସ୍ଥିତ ଦୁଦୁ ଅଞ୍ଚଳରେ ଘଟିଛି ଲୋମହର୍ଷଣକାରି ଘଟଣା। ଗୋଟିଏ କୂଅରୁ ଏକ ସଙ୍ଗେ ମିଳିଲା ପାଞ୍ଚ ମୃତ ଦେହ। ଘଟଣା ଚାରିଆଡେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତଦେହ ତିନି ମହିଳା ଏବଂ ତାଙ୍କ ଦୁଇ ଶିଶୁଙ୍କର। ସୂଚନା ଅନୁଯାୟୀ, ତିନି ଭଉଣୀଙ୍କ ବିବାହ ଗୋଟିଏ ପରିବାରରେ ତିନି ଭାଇଙ୍କ ସହ ହୋଇଥିଲା। ଆଉ ତିନି ଭଉଣୀଙ୍କ ମଧ୍ୟରୁ ଦୁଇ ଜଣ ଗର୍ଭବତୀ ଥିଲେ। କୁହାଯାଉଛି ଝଗଡା କାରଣରୁ ତିନି ଭଉଣୀ ଘରୁ ପଳାଇ ଆସିଥିଲେ। ତିନି ଦିନ ଧରି ସେମାନେ ନିଖୋଜ ଥିଲେ। ମାମଲା ଯାଞ୍ଚ ଜାରି ରହିଥିବା ଏଏସପି ଦିନେଶ କୁମାର ଶର୍ମା କହିଛନ୍ତି।

ସୂଚନା ଅନୁଯାୟୀ, ତିନି ଭଉଣୀଙ୍କ ନାମ କାଲୁ ମୀନା(୨୫), ମମତା ମୀନା(୨୩) ଏବଂ କମଲେଶ ମୀନା(୨୦)। ଇଣ୍ଡିଆନ ଏକ୍ସପ୍ରେସ ଅନୁଯାୟୀ, ତିନି ଭଉଣୀଙ୍କ ସହ ମୃତ୍ୟୁ ଘଟିଥିବା ଜଣେ ପୁଅର ବୟସ ଚାରି ବର୍ଷ ହୋଇଥିବା ବେଳେ ଆଉ ଏକ ଶିଶୁର ବୟସ ଏକ ମାସରୁ ବି କମ ହେବ। ତିନି ଭଉଣୀଙ୍କ ସ୍ଵାମୀ ଏବଂ ଶ୍ଵଶୁର ଘର ଲୋକଙ୍କ ବିରୋଧରେ କେସ୍ ରୁଜୁ କରାଯାଇଛି। ତିନି ଭଉଣୀଙ୍କ ପିତା କହିଛନ୍ତି ଶ୍ଵଶୁର ଘର ଲୋକେ ଯୌତୁକ ପାଇଁ ମୋ ଝିଅମାନଙ୍କୁ ନିର୍ଯାତନା ଦେଉଥିଲେ। ଏପରିକି ତିନି ଝିଅଙ୍କୁ ତାଙ୍କ ସ୍ଵାମୀଙ୍କ ସହ ଅନ୍ୟ ସଂପର୍କୀୟ ମଧ୍ୟ ମାଡ ମାରୁଥିଲେ। ଝିଅଙ୍କ ଜୀବନ ବିପଦରେ ଥିଲା ବୋଲି ମୃତକଙ୍କ ବାପା କହିଛନ୍ତି।

ଏଫଆଇଆର ଅନୁଯାୟୀ, ତିନି ଝିଅ ଗାଏବ ହେବାର ସୂଚନା ମିଳିବା ମାତ୍ରେ ପିତା ଝିଅର ଶ୍ଵଶୁର ଘର ଗାଁ ଦାଦୁ ପହଞ୍ଚିଥିଲେ। ଝିଅ ବିଷୟରେ ପଚାରିବାରୁ ଶ୍ଵଶୁର ଘର ଲୋକେ ଏବଂ ବାହାରର ପାଞ୍ଚ ସାତ ଜଣ ଗାଳି ଦେବା ଆରମ୍ଭ କରିଥିଲେ। ତୁମ ଝିଅମାନେ ମରି ସାରିଥିବା ସେମାନେ କହିଥିଲେ। ଆମେ ତୁମ ତିନି ଝିଅ ବିଷୟରେ କିଛି ଜାଣିନୁ। ଏଠାରୁ ଚାଲିଯାଅ ନଚେତ୍ ତୁମେ ବି ମରିବ। ପିତାଙ୍କ ଅନୁଯାୟୀ, ବଡ ଝିଅ କାଲୁର ଦୁଇ ପୁଅ ଥିଲେ। ଜଣଙ୍କ ବୟସ ଚାରି ଥିବା ବେଳେ ଅନ୍ୟଟିର ବୟସ ୨୨ ଦିନ ଥିଲା। ମମତା ଏବଂ କମଲେଶ ୮-୯ ମାସ ଗର୍ଭବତୀ ଥିଲେ। ଶ୍ଵଶୁରଘର ଲୋକେ ତାଙ୍କ ଝିଅ ଏବଂ ନାତିଙ୍କୁ ଯୋଜନା ମୁତାବକ ହତ୍ୟା କରିଥିବା ମୃତକଙ୍କ ପିତା ଥାନାରେ ଅଭିଯୋଗ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com