ଓଡ଼ିଶା

ମାଓବାଦୀ ପୋତିଥିବା ଟିଫିନ୍ ବୋମା ଉଦ୍ଧାର କଲେ ସୁରକ୍ଷା କର୍ମୀ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ମୁତୟନ ୧୨୭ ବାଟାଲିୟନ ସିଆରପିଏଫ ପକ୍ଷରୁ ଶନିବାର ଏକ ଟିଫିନ୍ ବୋମା ଉଦ୍ଧାର କରାଯାଇଛି । ବେଲଘର ଥାନା ଲଙ୍କାଗଡ଼ ଗ୍ରାମପଞ୍ଚାୟତର ଗାହାଲି ଗ୍ରାମର ଜଣେ ଅଜ୍ଞାତ ବ୍ୟକ୍ତି ବ୍ୟାଗରେ କିଛି ଜିନିଷ ବୋହି ନେଇ ଯାଉଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇବା ପରେ ସିଆରପିଏଫ୍ କମାଣ୍ଡାଣ୍ଟ୍ ତନାଘନା ଆରମ୍ଭ କରିଥିଲେ।

ଖବର ପାଇବା ପରେ କମାଣ୍ଡାଣ୍ଟ  ଆନନ୍ଦ ଝା ଓ  ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ  କୁମାର ରାଘବେନ୍ଦ୍ରଙ୍କ ନେତୃତ୍ୱରେ ସିଆରପିଏଫ୍ ୧୨୭ ବାଟାଲିୟନର ଏକ ସ୍ବତନ୍ତ୍ର ଟିମ୍ ଗଠନ କରିଥିଲେ ଏବଂ ଏନେଇ ଅପରେସନ ଆରମ୍ଭ କରା ଯାଇଥିଲା lବିଶେଷଜ୍ଞ ଦଳକୁ ଅପରେସନ୍ ଟିମ୍ ସହ ପଠାଇ ଘଟଣାର ଅନୁସନ୍ଧାନ କରିବା ବେଳେ ଲଙ୍କାଗଡ଼ ଗାହାଲି ଗାଁଠାରୁ ପ୍ରାୟ ୮୦୦ ମିଟର ଦୂରରୁ ଟିଫିନ୍ ବୋମା ଉଦ୍ଧାର କରିବାରେ ସକ୍ଷମ ହୋଇଛି ଟିମ୍ । ଏନେଇ ଆଜି ପ୍ରେସ  ବିଜ୍ଞପ୍ତି ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି କମାଣ୍ଡାଣ୍ଟ୍ ଝା । ଟିଫିନ୍ ବୋମା ଉଦ୍ଧାର ପରେ ବୋମା ନିଷ୍କ୍ରିୟ କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି  । ହେଲେ ଜିଲାର ବିଭିନ୍ନ ଅଂଚଳରେ ମାଓବାଦୀଙ୍କ ଚଳ ପ୍ରଚଳ ଥିବା ଏଥିରୁ ସ୍ପଷ୍ଟ ଜଣାପଡୁଛି l

Related Articles

Back to top button
WP Twitter Auto Publish Powered By : XYZScripts.com