ନୂଆଦିଲ୍ଲୀ: ଦେଶରେ ହିନ୍ଦୁ-ମୁସଲମାନ ବିତର୍କ ଲାଗି ରହିଥିବା ବେଳେ ଜଣେ ପରେ ଜଣେ ବିଜେପି ନେତାଙ୍କ ବୟାନ ମାମଲାକୁ ଆହୁରି ତୀବ୍ର କରିଦେଉଛି। ଗତକାଲି କର୍ଣ୍ଣାଟକ ପୂର୍ବତନ ମନ୍ତ୍ରୀ କେଏସ୍ ଈଶ୍ୱରପ୍ପା ୩୬ ହଜାର ମନ୍ଦିରକୁ ପୁନଃ ସ୍ଥାପନା କରିବା କଥା କହିଥିଲେ। ଏବେ ଆଉ ହିନ୍ଦୁବାଦୀ ନେତା ପ୍ରମୋଦ ମୁଥାଲ୍ଲିକ ୩୦ ହଜାର ମନ୍ଦିର ପୁନଃ ସ୍ଥାପନା କଥା କହିଛନ୍ତି।
ଆଜି ଦକ୍ଷିଣପନ୍ଥୀ ସଂଗଠନ ଶ୍ରୀ ରାମ ସେନାର ମୁଖ୍ୟ ପ୍ରମୋଦ ମୁଥାଲିକ କର୍ଣ୍ଣାଟକରେ କହିଛନ୍ତି ” ମସଜିଦ୍ ତିଆରି କରିବା ପାଇଁ ଭଙ୍ଗାଯାଇଥିବା ୩୦ ହଜାର ମନ୍ଦିରକୁ ଆମେ ପୁନଃ ସ୍ଥାପନ କରିବୁ। ପୂର୍ବରୁ ଯେଉଁସବୁ ମନ୍ଦିରକୁ ଭଙ୍ଗାଯାଇଛି ସେଗୁଡ଼ିକୁ ଆମକୁ ଫେରାଇ ଦିଅ। ଆମେ ଏଭଳି ଗର୍ବକୁ ଅଧିକ ଦିନ ବରଦାସ୍ତ କରିପାରିବୁ ନାହିଁ। ସମ୍ବିଧାନକୁ ଅନୁସରଣ କରି ଆଇନ ଅନୁସାରେ ଆମେ ସବୁ ମନ୍ଦିରର ପୁନଃସ୍ଥାପନା କରିବୁ।”
ଗତକାଲି ବିଜେପି ନେତା କେଏସ୍ ଈଶ୍ୱରପ୍ପା ମଧ୍ୟ ୩୬ ହଜାର ମନ୍ଦିରର ପୁନଃ ସ୍ଥାପନ କଥା କହିଥିଲେ। ସେ କହିଥିଲେ ଯେ ମୁଗଲ ଶାସକ ଦେଶରେ ୩୬ ହଜାର ମନ୍ଦିରକୁ ଧ୍ୱଂଶ କରିଛନ୍ତି। ଏବେ ବିଜେପି ସେ ସମସ୍ତ ମନ୍ଦିରକୁ ପୁନଃ ସ୍ଥାପନ କରିବ। ତା ସହ ମାଣ୍ଡ୍ୟା ଜିଲ୍ଲାରେ ଜାମିଆ ମସ୍ଜିଦ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି ଈଶ୍ୱରପ୍ପା। ସୂଚନା ଥାଉକି ଈଶ୍ୱରପ୍ପା ବର୍ତ୍ତମାନ କର୍ଣ୍ଣାଟକ ସରକାରଙ୍କ କ୍ୟାବିନେଟ୍ରେ ନାହାଁନ୍ତି। ଦୁର୍ନୀତି ଅଭିଯୋଗରେ ତୀଙ୍କୁ କ୍ୟାବିନେଟ୍ରୁ ବାହାର କରାଯାଇଛି।
ଏନେଇ ସେ କହିଥିଲେ “ କାହିଁକି ଏକ ମନ୍ଦିରକୁ ଶ୍ରୀରଙ୍ଗପାଟଣାରୁ ଘୁଞ୍ଚାଇ ଦିଆଯାଇ ତା ସ୍ଥାନରେ ମସ୍ଜିତ ତୋଳାଗଲା? । ଏଭଳି ମୋଟ ୩୬ ହଜାର ମନ୍ଦିରକୁ ମୋଗଲମାନେ ଭାଙ୍ଗିଛନ୍ତି। ଆମେ ଏସବୁକୁ ପୁନଃ ସ୍ଥାପନ କରିବୁ।” ଈସ୍ୱରପ୍ପା ଦାବି କରିଛନ୍ତି ଯେ ସମସ୍ତ ୩୬ ହଜାର ମନ୍ଦିର ପୁନଃ ସ୍ଥାପନ ହେବ। ଆଇନ ବଳରେ କୋର୍ଟଙ୍କ ନିର୍ଦ୍ଦେଶରେ ଓ ବିନା ଦଙ୍ଗା ଓ ଝଗଡ଼ାରେ ମନ୍ଦିର ପୁନଃ ଉଦ୍ଧାର କରାଯିବ।
ସେ ଆହୁରି ମଧ୍ୟ କହିଥିଲେ “ ଶ୍ରୀରଙ୍ଗପାଟଣାରେ ଏକ ହନୁମାନ ମନ୍ଦିର ଥିଲା ବୋଲି ଆଜି ମୁସଲମାନମାନେ ବି ମାନୁଛନ୍ତି। ସେତେବେଳେ ହନୁମାନ ମନ୍ଦିରକୁ ସୁରକ୍ଷିତ ରଖିବାକୁ ସେଠାରୁ ମନ୍ଦିରକୁ ଘୁଞ୍ଚାଇ ଦିଆଯାଇଥିଲା। କିନ୍ତୁ ମନ୍ଦିରକୁ କାହିଁକି ଘୁଞ୍ଚାଇ ଦିଆଗଲା। କଂଗ୍ରେସ ଏ ବିଷୟରେ କଣ କହିଥିଲା।”
Back to top button