ଓଡ଼ିଶା

ନେପାଳ ବିମାନ କ୍ରାସ : ନିଖୋଜଙ୍କ ମଧ୍ୟରେ ଅଛନ୍ତି ଗୋଟିଏ ପରିବାରର ୪ ଓଡ଼ିଆ ଯାତ୍ରୀ

ଭୁବନେଶ୍ୱର: ନେପାଳ ଯାତ୍ରୀବାହୀ ବିମାନ ନିଖୋଜ ଘଟଣା । ୨୨ ଜଣ ଯାତ୍ରୀଙ୍କ ନେଇ ଉଡାଣ ଭରିଥିବା ଟ୍ବିନ ଇଞ୍ଜିନ ୯ NAET ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବିମାନରେ ଥିବା ୪ଜଣ ଭାରତୀୟ ଓଡ଼ିଶାର । ସେମାନେ ହେଉଛନ୍ତି ଅଶୋକ ତ୍ରିପାଠୀ , ଧନୁଷ ତ୍ରୀପାଠୀ, ରିତିକା ଏବଂ ଭୈରବ ତ୍ରୀପାଠୀ । ଅଶୋକଙ୍କ କେୟାର ଟେକର ଟିକନ ସାମଲଙ୍କ କହିବା ଅନୁଯାୟୀ ସେ ଭୁବନେଶ୍ବର ଜୟଦେଵ ବିହାର ଗଙ୍ଗାଧର ନଗର ଏଚାଆଇଚି ୫ନଂ ରେ ରୁହନ୍ତି । ମେ ମାସ ୨୬ ତାରିଖରେ ମୁମ୍ବାଇରେ ପତ୍ନୀ ଥିବାରୁ ତାଙ୍କ ପାଖକୁ ଯାଇଥିଲେ । ଦୀର୍ଘ ୩ ବର୍ଷ ପରେ ସେ ତାଙ୍କ ପରିବାରକୁ ଦେଖା କରିବାକୁ ଯାଇଥିଲେ । ସେଠାରୁ ତାଙ୍କ ପରିବାର ସହିତ ନେପାଳ ବୁଲିବାକୁ ଯିବାର ଥିଲା । କିନ୍ତୁ ଆଜି ତାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ହୋଇପାରି ନାହିଁ । ଅଶୋକ ଇନଫୋସିଟିରେ କାର୍ଯ୍ୟରତ ରହିଥିବା ସେ ସୂଚନା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com