ଓଡ଼ିଶା
ବର୍ଷା ପାଳିଲେ ସାବିତ୍ରୀ ବ୍ରତ, ସେୟାର କଲେ ଫଟୋ

ଭୁବନେଶ୍ୱର: ଆଜି ସାବିତ୍ରୀ ବ୍ରତ। ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ବ୍ରତ କରନ୍ତି ସଧବା। ଅନେକ ବାଦ ବିବାଦ ମଧ୍ୟରେ ଗୋଟେ ସଧବା ନାରୀ ଭାବରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ସାବିତ୍ରୀ ବ୍ରତ ପାଳନ କରିଛନ୍ତି। ସୋସିଆଲ ମିଡିଆରେ ସେ ଏନେଇ ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଠାକୁର ପୂଜା କରିବା ସମୟର ଏକ ଫଟେ ସେୟାର କରି କ୍ୟାପସନ୍ରେ ଲେଖିଛନ୍ତି, ମା’ଙ୍କ କୃପାରୁ ସବୁ ସଧବାଙ୍କ ମଥାରେ ସିନ୍ଦୁର ଶୋଭା ପାଉଥାଉ। ସମସ୍ତେ ସୁଖରେ ଓ ଖୁସିରେ ଘର ସଂସାର କରନ୍ତୁ। ସମସ୍ତଙ୍କର ମଙ୍ଗଳ ହେଉ।
ବର୍ଷାଙ୍କ ଏହି ପୋଷ୍ଟରେ ତାଙ୍କ ପ୍ରଶଂସକ ମାନେ ପ୍ରତିକ୍ରିୟା ଦେଇଛନ୍ତି। କିଛି ଲୋକ ସ୍ବାମୀ ଅନୁଭବ ମହାନ୍ତିଙ୍କ ସହ ପୁଣି ଥରେ ଏକାଠି ହୋଇଯାଆନ୍ତୁ ବୋଲି କହିଥିବା ବେଳେ, ଆଉ କିଛି ଲୋକ ତୁରନ୍ତ ସବୁ କଳିର ସମାଧାନ ହେଉ ବୋଲି କହିଛନ୍ତି।





