ଧର୍ମଗଡ଼: ଘରେ ପଶି ଡକାୟତି । କଳାହଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ପଞ୍ଜିଆ ଗାଁରେ ଏପରି ଲୁଟ୍ ହୋଇଛି । ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ପଞ୍ଜିଆ ଗାଁରେ କିଶାନ ମେହେରଙ୍କ ଘରେ ୧୦ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ପଛପଟ ଝରକା ଭାଙ୍ଗି ପଶିଥିଲେ । ଏବଂ କିଶାନ ମେହେର ଓ ତାଙ୍କ ସ୍ତ୍ରୀଙ୍କ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହିତ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଯାହାପରେ ଘରେ ଥିବା ୫ଲକ୍ଷ ୩୫ ହଜାର ଟଙ୍କା ସହ ସୁନା ୫ଭରି ଓ ୩୪ ତୋଲା ରୂପା ଲୁଟି ନେଇଥିବା ଥାନାରେ ଏତଲା ଦିଆଯାଇଛି । ପୋଲିସ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ।
Back to top button