ଓଡ଼ିଶା

ବାଲିଅନ୍ତା ପ୍ରମେୟ ପ୍ରତିନିଧି ନିଖୋଜ, ୩ଦିନ ହେଲା ପତ୍ତା ମିଳୁନି

ବାଲିପାଟଣା() ବାଲିଅନ୍ତା ପ୍ରମେୟ ପ୍ରତିନିଧି ନିଖୋଜ । ପ୍ରାୟ ୩ ଦିନ ହେଲାଣି ବାଲିଅନ୍ତା ପ୍ରମେୟ ପ୍ରତିନିଧି ପୀତବାସ ଦାଶଙ୍କର କୌଣସି ପତ୍ତା ମିଳୁନାହିଁ । ସୋମବାର ସନ୍ଧ୍ୟା ୭ଟାରୁ ସେ ନିଖୋଜ ହୋଇଛନ୍ତି । ତାଙ୍କ ନିଖୋଜକୁ ନେଇ ବାଲିଅନ୍ତା ଥାନାରେ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି । ପୀତବାସ ସୋମବାର ସନ୍ଧ୍ୟା ସମୟରେ ନିଜ ମୋବାଇଲ ଚାର୍ଜ ନଥିବାରୁ ଘରେ ମୋବାଇଲ ରଖି ପାଖ ବଜାରକୁ ଯାଇଥିଲେ ।

ପରେ ତାଙ୍କୁ ବାଇକ୍ ଛକରେ ଚାବି ଲଗା ଅବସ୍ଥାରେ ଥିବା ଦେଖି ପରିବାର ଲୋକଙ୍କୁ କିଛି ବ୍ୟକ୍ତି ଖବର ଦେଇଥିଲେ । ସୋମବାରଠାରୁ ପୀତବାସ କେଉଁଆଡେ ଗଲେ ତାହାର କୌଣସି ସନ୍ଧନ ମିଳିପାରୁ ନାହିଁ । ସମସ୍ତ ବନ୍ଧୁବାନ୍ଧବଙ୍କୁ ପୀତବାସଙ୍କ ନିଖୋଜ ସମ୍ପର୍କରେ ସୂଚନା ଦେଇଛନ୍ତି ପରିବାର ଲୋକ । ପୀତବାସଙ୍କ ପତ୍ନୀ ଶ୍ରଦ୍ଧାଞ୍ଜଳି ତ୍ରିପାଠୀ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ଭାବେ ପ୍ରତିଦ୍ବନ୍ଦିତା କରୁଛନ୍ତି । ନିର୍ବାଚନକୁ ନେଇ ଏଭଳି ଘଟିଥିବା ପରିବାର ପକ୍ଷରୁ ସନ୍ଦେହ କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com