ଜାତୀୟମନୋରଞ୍ଜନ

KKଙ୍କ ଦେହାନ୍ତ ପରେ ଟ୍ବିଟରରେ ଟ୍ରେଣ୍ଡ ହେଲେ ଇମ୍ରାନ୍‌ ହାଶମୀ, କାରଣ ଜାଣିଲେ ହୋଇଯିବେ ଇମୋସନାଲ…

ମୁମ୍ବାଇ: ବଲିଉଡ୍‌ ପ୍ରସିଦ୍ଧ କଣ୍ଠଶିଳ୍ପୀ କେ.କେ. ତାଙ୍କ ସ୍ବରରେ ଅନେକ ଦର୍ଶଙ୍କୁ ବାନ୍ଧି ରଖିଥିଲେ । ହେଲେ ଏବେ ସବୁଦିନ ପାଇଁ ଦୁନିଆକୁ ଅଲବିଦା ଯାଇଛନ୍ତି। କିନ୍ତୁ ତାଙ୍କର ରୋମାଣ୍ଟିକ୍ ଗୀତଗୁଡ଼ିକ ସବୁଦିନ ପାଇଁ ଦର୍ଶକଙ୍କ ସହ ତାଙ୍କ ଫ୍ୟାନ୍ସମାନଙ୍କ ହୃଦୟରେ ରହିଯାଇଛି। କେ.କେ ଅନେକ ବଲିଉଡ୍ ଫିଲ୍ମ ପାଇଁ ବ୍ଲକ୍‌ବଷ୍ଟର ଗୀତ ଦେଇଛନ୍ତି । ଅଭିନେତା ଇମ୍ରାନ ହାଶମୀଙ୍କ ଉପରେ ନିର୍ମିତ ଅଧିକାଂଶ ଗୀତ ସେ ଗାଇଥିଲେ। କେ.କେ-ଇମ୍ରାନ୍‌ଙ୍କ ଯୋଡି ଅନେକ ଦର୍ଶକଙ୍କୁ ଆକର୍ଷିତ କରିଥିଲା ​​। ଆଜି ତାଙ୍କ ଦେହାନ୍ତରେ ଇମ୍ରାନ୍‌ ବହୁତ ଦୁଃଖ ପ୍ରକାଶ କରିଛନ୍ତି।

କେ.କେଙ୍କୁ ଇମ୍ରାନ ଫଟୋ ସେୟାର କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। କ୍ୟାପସନ୍‌ରେ ଲେଖିଛନ୍ତି, “କେ.କେ ଭଳି ଅନ୍ୟ କାହାର ସ୍ୱର ଏବଂ ପ୍ରତିଭା ନାହିଁ .. ସେ ସବୁବେଳେ ଆମ ପାଇଁ ସ୍ପେଶାଲ୍‌ । ତାଙ୍କ ଦ୍ୱାରା ଗାଇଥିବା ଗୀତଗୁଡ଼ିକ ଉପରେ କାମ କରିବା ବହୁତ ସୁନ୍ଦର ଥିଲା । ତୁମେ ସବୁବେଳେ ଆମ ହୃଦୟରେ କେ.କେ ରହିବ ଏବଂ ତୁମର ଏହି  ମାଧ୍ୟମରେ ସବୁବେଳେ ଆମ ସହ ଜୀବନ୍ତ ରହିବ । RIP କିମ୍ବଦନ୍ତୀ କେ.କେ।

ଗତ ଦୁଇ ଦଶନ୍ଧି ମଧ୍ୟରେ ଉଭୟ ଅନେକ ସୁପରହିଟ୍ ଗୀତ ଦେଇଛନ୍ତି । ଯେଉଁଥିପାଇଁ ଇମ୍ରାନ୍‌ ଲୋକପ୍ରିୟ ହୋଇପାରିଛନ୍ତି । ଟ୍ୱିଟର ୟୁଜର୍ସମାନେ ଉଭୟଙ୍କ କ୍ୟାରିୟରକୁ ମନେ ରଖିଛନ୍ତି ଏବଂ ସେମାନଙ୍କର ଗୀତ କ୍ଲିପ୍ ଏବଂ ଲିରିକ୍ସକୁ ସେୟାର କରିଛନ୍ତି । ସେମାନଙ୍କର ପୁରୁଣା ଦିନଗୁଡ଼ିକୁ ମଧ୍ୟ ମନେ ରଖିଛନ୍ତି ।

ଜଣେ ଉପଭୋକ୍ତା ଲେଖିଛନ୍ତି, ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଯେ ତୁମେ ବହୁତ ଶୀଘ୍ର ଚାଲିଯାଇଛ କେକେ।  ତୁମେ ସବୁବେଳେ ଆମ ହୃଦୟରେ ରହିବ । ଇମ୍ରାନ୍ ହାଶମୀ ଏବଂ କେ.କେ ଯୋଡି ଆଶ୍ଚର୍ଯ୍ୟଜନକ । ତୁମର ସବୁ ଗୀତ ଗୀତଗୁଡ଼ିକ ବ୍ଲକବଷ୍ଟର ଥିଲା। ଏତେ ସୁନ୍ଦର ଗୀତ ଦେବା ପାଇଁ ବହୁତ ଧନ୍ୟବାଦ।

Related Articles

Back to top button
WP Twitter Auto Publish Powered By : XYZScripts.com