ଓଡ଼ିଶା

ଭଉଣୀକୁ ଏକତରଫା ପ୍ରେମ, ବାଧା ଦେବାରୁ ଭାଇକୁ ଛୁରାମାଡ କଲା ବିଫଳ ପ୍ରେମିକ

ଆନନ୍ଦପୁର: ଭଉଣୀକୁ ପ୍ରେମ ନିବେଦନ କରି ବିଫଳ ହେଲା ଯୁବକ । ଭାଇ ବାଧା ଦେବାରୁ ଘରୁ ଡାକିଆଣି ଛୁରୀ ମାଡ କଲେ ଯୁବକ । ଏଭଳି ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ଥାନା ମୋଚିନ୍ଦା ଗାଁରେ ।

ସୂଚନାଯୋଗ୍ୟ ଯେ, ମୋଚିନ୍ଦା ଗାଁର ରବୀନ୍ଦ୍ର ସାହୁଙ୍କ ପୁଅ ବୁବୁ ଆନନ୍ଦପୁର ପୌରାଞ୍ଚଳର ସୁଭମଶ୍ରୀ ବିଶ୍ବରଞ୍ଜନ ଜେନା ସହ ସାଙ୍କ ହେଉଥିଲେ । ସୁଭମ ମେଚିନ୍ଦାରେ ସ୍ଥିତ ବୁବୁଙ୍କ ଘରକୁ ଯିବାଆସିବା କରୁଥିଲେ । ଏମିତି ଯିବାଆସିବା ଭିତରେ ବୁବୁଙ୍କ ଭଉଣୀଙ୍କୁ ପ୍ରେମ ନିବେଦନ କରିବା ସହ କମେଣ୍ଟ ମାରୁଥିଲା । ଏସବୁ ଜାଣିବା ପରେ ବୁବୁ ଏହାର ପ୍ରତିବାଦ କରିଥିଲେ । ଏଥିରେ ଉତକ୍ଷୀପ୍ତ ହୋଇ ବୁବୁଙ୍କୁ ଘର ଡାକି ଆଣିଥିଲେ ସୁଭମ । ଏହାପରେ ଏକ ଧାରୁଆ ଛୁରୀରେ ବୁବୁଙ୍କୁ ଆକ୍ରମଣ କରିଥିଲା । ଆହତ ଅବସ୍ଥାରେ ବୁବୁଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ପରେ ଗ୍ରାମବାସୀମାନେ ସୁଭମକୁ ଅଟକ ରଖି ପୋଲିସର ଜିମା ଦେଇଛନ୍ତି । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com