Featuredଓଡ଼ିଶା

ମାର୍ଚ୍ଚ ୮ରେ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି; ଏକା ସଙ୍ଗେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଯିବ ଟଙ୍କା

ବ୍ରହ୍ମପୁର: ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଅପଡେଟ । ମାର୍ଚ୍ଚ ୮ରେ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା ମହିଳାଙ୍କ ଖାତାକୁ ଯିବ । ଏକା ସଙ୍ଗେ କୋଟିଏ ମହିଳାଙ୍କ ଖାତାକୁ ଯିବ ଏହି ଟଙ୍କା । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ମାର୍ଚ୍ଚ ୮ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜ୍ୟ ସରକାରଙ୍କ ପ୍ରତିଶୃତି ଅନୁସାରେ ଏହି ଟଙ୍କା ସମସ୍ତ ଯୋଗ୍ୟ ମହିଳାଙ୍କ ଖାତାକୁ ପଠାଯିବ । ବ୍ରହ୍ମପୁରର ସୁଭଦ୍ରାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ଟଙ୍କା ଦିଅଯିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

Related Articles

Back to top button
WP Twitter Auto Publish Powered By : XYZScripts.com