ଜାତୀୟ

ଜୀବନ ଦେବି ପଛେ ବଙ୍ଗ ବିଭାଜନ କରାଇ ଦେବି ନାହିଁ ,ପଶ୍ଚିମବଙ୍ଗ ବିଭାଜନକୁ ନେଇ ଭାଜପା ଉପରେ ବର୍ଷିଲେ ମମତା

ମୁଁ ମୋ ଜୀବନ ଦେବି ପଛେ କିନ୍ତୁ ଭାଜପାକୁ ପଶ୍ଚିମବଙ୍ଗ ବିଭାଜନ କରିବାକୁ ଦେବି ନାହିଁ । ଭାଜପାକୁ ଟାର୍ଗେଟ କରି ଏହା କହିଛନ୍ତି ତୃଣମୂଳ କଂଗ୍ରେସ ଅଧ୍ୟକ୍ଷା ମମତା ବାନାର୍ଜୀ । କିଛି ଲୋକ ମୋତେ ଧମକ ଦେଉଛନ୍ତି, ମୁଁ ସେମାନଙ୍କୁ ଭୟ କରୁ ନାହିଁ ବୋଲି ମମତା କହିଛନ୍ତି। ଭାଜପା ୨୦୨୪ ଲୋକ ସଭା ନିର୍ବାଚନ ଲାଗି ଏଭଳି ଜାଣିଶୁଣି କରୁଥିବା ସେ ଅଭିଯୋଗ କରିଛନ୍ତି। ଭାଜପା ଗୋର୍ଖାଲାଣ୍ଡ ଏବଂ ଉତ୍ତରବଙ୍ଗ ଗଠନ ନେଇ ଯୋଜନା ପ୍ରସ୍ତୁତ କରୁଛି। କିନ୍ତୁ ଏହାକୁ ସଫଳ ହେବାକୁ ଦିଆଯିବ ନାହିଁ ବୋଲି ଅଲିପୁରଦ୍ୱାରରେ ଏକ ଦଳୀୟ ବୈଠକରେ ମମତା ଏଭଳି କହିଛନ୍ତି। ରବିବାର କାମତାପୁର ଲିବରେଶନ ଅର୍ଗାନାଇଜେଶନର ମୁଖ୍ୟ ଜୀବନ ସିଂ କାମତାପୁରକୁ ଏକ ଅଲଗା ରାଜ୍ୟରେ ପରିଣତ କରିବା ନେଇ ମମତାଙ୍କ ପାଖକୁ ଏକ ଭିଡ଼ିଓ ମେସେଜ ପଠାଇବା ପରେ ଚେତାବନୀ ଦେଇ ମମତା ଏଭଳି ଉତ୍ତର ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com