ଜାତୀୟ

ରେଳବାଇଙ୍କ ଫ୍ରି ୱାଇ-ଫାଇରେ ଡାଉନଲୋଡ ହେଉଛି ଅଶ୍ଲିଳ ସାମଗ୍ରୀ,ପର୍ଣ୍ଣ କଣ୍ଟେଣ୍ଟ ଡାଉନଲୋଡିଂରେ ସିକନ୍ଦରାବାଦ ଷ୍ଟେସନ ଶୀର୍ଷରେ

ସିକନ୍ଦରାବାଦ: କ୍ଟିଭାରତୀୟ ରେଳବାଇ ସାରା ଦେଶର ଷ୍ଟେସନମାନଙ୍କରେ ଫ୍ରି ୱାଇ-ଫାଇ ସୁବିଧା ପ୍ରଦାନ କରୁଛନ୍ତି। ଯାତ୍ରୀଙ୍କୁ ଉତ୍ତମ କନେଭିଟି ପ୍ରଦାନ ଏହାର ମୁଖ୍ୟ ଉଦ୍ଦେଶ୍ୟ। ତେବେ ଏହି ଫ୍ରି ୱାଇ-ଫାଇର ଉପଯୋଗ ଏବେ ପର୍ଣ୍ଣ କଣ୍ଟେଣ୍ଟ ଡାଉନଲୋଡରେ ହେଉଥିବାର ଜଣାପଡିଛି। ଦକ୍ଷିଣ ମଧ୍ୟ ରେଳବାଇ (ଏସସିଆର)ଙ୍କ ସିକନ୍ଦରାବାଦ ଷ୍ଟେସନ ଏବେ ଏପରି ଏକ ସ୍ଥାନ ଭାବେ ସାମ୍ନାକୁ ଆସିଛି ଯେଉଁଠି ଫ୍ରି ୱାଇ-ଫାଇରେ ଲୋକେ ସବୁଠୁ ଅଧିକ ଅଶ୍ଲିଳ ସାମଗ୍ରୀ ଡାଉନଲୋଡ କରିଛନ୍ତି।

ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ସିକନ୍ଦରାବାଦ ପରେ ଏସସିଆରଙ୍କ ହାଇଦ୍ରାବାଦ, ବିଜୟୱାଡା ଓ ତିରୁପତି ରେଳ ଷ୍ଟେସନ ମଧ୍ୟ ଏହି ଲିଷ୍ଟରେ ଅଛି, ଯେଉଁଠି ଲୋକେ ଅଧିକ ପର୍ଣ୍ଣ ସାଇଟ୍ ସର୍ଚ୍ଚ କରନ୍ତି। ରେଲୱେର ଚଳାଉଥିବା ରେଲ ଟେଲଙ୍କ ସୂତ୍ର ଅନୁସାରେ ସିକନ୍ଦରାବାଦ ଓ ବିଜୟୱାଡା ରେଳ ଷ୍ଟେସନରେ ଡାଉନଲୋଡ କରାଯାଇଥିବା ୩୫ ପ୍ରତିଶତ କଣ୍ଟେଣ୍ଟ ପ୍ରୋନୋଗ୍ରାଫିକ । ଦକ୍ଷିଣ-ମଧ୍ୟ ରେଳବାଇଙ୍କ ପ୍ରାୟ ଡିଭିଜନରେ ରେଲୱେରରେ ଅଶ୍ଲୀଳ ସାମଗ୍ରୀ ପରେ ୟୁଟ୍ୟୁବ୍ ଡାଉନଲୋଡ ଓ ଅନ୍ୟ ସର୍ଚ୍ଚ ମଧ୍ୟ ରହିଛି।

ଏସସିଆର ୫୮୮ ଷ୍ଟେସନରେ ଏବେ ହାଇସ୍ପିଡ ୱାଇ-ଫାଇ ସେବା ବିସ୍ତାରର ଯୋଜନା କରିଛନ୍ତି। ହେଲେ ଏବେ ମିଳୁଥିବା ଧିମା ବେଣ୍ଡ ୱିଡଥରେ ମିଳୁଥିବା ସେବାରେ ଡାଉନଲୋଡ ହେଉଥିବା ଅଧିକାଂଶ କଣ୍ଟେଣ୍ଟ ଅଶ୍ଲୀଳ ବୋଲି ଜଣାପଡିଛି। ରିପୋର୍ଟ ଅନୁସାରେ ପ୍ରତିଦିନ ୧୨ ଲକ୍ଷରୁ ଅଧିକ ୟୁନିକ ୟୁଜର ରେଲୱେରର ଉପଯୋଗ କରିଥାନ୍ତି। ଦକ୍ଷିଣ-ମଧ୍ୟ ରେଳଷ୍ଟେସନମାନଙ୍କରେ ରେଲ ଟେଲ ପ୍ରଥମ ୩୦ ମିନିଟ୍ ଲାଗି ନିଶୁଳ୍କ ଇଣ୍ଟରନେଟ୍ ପ୍ରଦାନ କରିଥାନ୍ତି। ପ୍ରଥମ ଅଧଘଣ୍ଟା ପରେ ଅନଲାଇନ ଡିଜିଟାଲ ଚାନେଲ ମାଧ୍ୟମରେ ଇଣ୍ଟରନେଟ୍ କ୍ରୟ କରାଯାଇପାରେ।

ରେଲ ଟେଲଙ୍କ ଜନୈକ ବରିଷ୍ଠ ଅଧିକାରୀଙ୍କ ଅନୁସାରେ ଆମ ଗେଟୱେ ଡାଟାରୁ ଯାହା ଜଣାପଡେ ୱାଇ-ଫାଇ ସର୍ଚ୍ଚର ଏକ ବଡ ସଂଖ୍ୟା ଅଶ୍ଲିଳ ସାମଗ୍ରୀ ସହ ସମ୍ପର୍କିତ। ସବୁ ଅଶ୍ଲୀଳ ୱେବ ସାଇଟ୍‌କୁ ଯଦିଓ ପହଞ୍ଚ ସମ୍ଭବ ନୁହେଁ ତଥାପି କିଛି ୱେବସାଇଟର ଭିପିଏନ ଆକ୍ସେସ୍ ଏପରି ସାମଗ୍ରୀ ଡାଉନଲୋଡକୁ ଅନୁମତି ଦେଉଛନ୍ତି, ଯେଉଁଗୁଡିକ ଏପର୍ଯ୍ୟନ୍ତ ବ୍ଲାକଲିଷ୍ଟ ହୋଇ ନାହିଁ ବୋଲି କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com