ସୁନ୍ଦରଗଡ଼: ସୁନ୍ଦରଗଡ଼ର ବିଭିନ୍ନ ସ୍ଥାନରେ ଚଢାଉ । ଧଳାଜହର ବିକ୍ରି କରୁଥିବା ବେଳେ ୨ଜଣ ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୩୯.୫ ଗ୍ରାମ ବ୍ରାଉନ୍ସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ଦେଢଲକ୍ଷ ଟଙ୍କା ହେବ ବୋଲି କହିଛନ୍ତି ସୁନ୍ଦରଗଡ଼ ଏସ୍ପି ସାଗରିକା ନାଥ । ଏନେଇ ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି ଏସ୍ପି ।
![](https://i0.wp.com/odia.mobilenews24x7.com/wp-content/uploads/2022/06/4-8.jpg?resize=493%2C296&ssl=1)
ଖବର ଅନୁଯାୟୀ, ରାଉରକେଲା ନାଲାରୋଡ଼ ଅଞ୍ଚଳର ୨ଜଣ ଯୁବକ ଗୁରୁବାର ସକାଳ ସମୟରେ ଏକ ବାଇକ୍ରେ ସୁନ୍ଦରଗଡ଼ ଆସିଥିଲେ ଧଳାଜହରକୁ ବିକ୍ରି କରିବା ଲାଗି । ସେଠାରେ ୫ଜଣ ଯୁବକଙ୍କୁ ବିକ୍ରି କରିବାକୁ ସେମାନେ ଯୋଜନା କରୁଥିବା ବେଳେ ମାଡିବସିଥିଲା ପୋଲିସ । ମାମଲାରେ ୨ଜଣଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ବାକି ସମସ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସ୍ପି କହିଛନ୍ତି । ଏହାସହ ଏହି ମାମଲାରେ ସଂପୃକ୍ତ ଅଭିଯୁକ୍ତମାନଙ୍କର ସମ୍ପତ୍ତ ଜବତ ନେଇ ଖୁବଶୀଘ୍ର ଯୋଜନା ନିଆଯିବ ।
Back to top button