ଓଡ଼ିଶା

କେନ୍ଦ୍ରାପଡାରେ ସିରିଜ୍ ଲୁଟ୍ : ୩ ଜଣଙ୍କ ଘରୁ ସୁନା, ଗହଣା ଓ ନଗଦ ଟଙ୍କା ଚୋରି

କେନ୍ଦ୍ରାପଡା: କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ବଳିରାଜ ଗାଁରେ ଏକାଧିକ ଲୋକଙ୍କ ଘରୁ ଚୋରି ହୋଇଛି । ଚୋରମାନେ ଏହି ଗାଁରେ ପଶି ପ୍ରାୟ ୩ ଜଣଙ୍କ ଘରୁ ସୁନା, ଗହଣା, ନଗଦ ଟଙ୍କା ଚୋରି କରି ନେଇ ଯାଇଛନ୍ତି ।

ସୂଚନାଯୋଗ୍ୟ ଯେ, ବୁଧବାର ରାତି ପ୍ରାୟ ସାଢେ ୨ଟା ବେଳେ ପ୍ରଥମେ ବଳିରାଜ ଗାଁର ରମାକାନ୍ତ ସାହୁଙ୍କ ଘରେ ଚୋର ପଶିଥିଲେ । ଉପର ମହଲାରେ ଥିବା ଆଲମାରୀ ଭାଙ୍ଗି ସେଥିରେ ଥିବା ଦୁଇଟି ସୁନା ଚେନ୍, ମଙ୍ଗଳସୂତ୍ର, ମୁଦି ଏବଂ ନଗଦ ୬୦ ହଜାର ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି । ସେହିପରି ରମାକାନ୍ତଙ୍କ ଘରେ ଥିବା କିଛି ବାକ୍ସ ଟେକି ନେଇ ନିକଟସ୍ଥ ଚାଷ ଜମିରେ ଫୋପାଡି ଦେଇ ଯାଇଛନ୍ତି । ଏହି ଗାଁର ବଟକୃଷ୍ଣ ସ୍ଵାଇଁ  ଏବଂ ଗନ୍ଧର୍ବ ନନ୍ଦଙ୍କ ଘରେ ପଶି ଲୁଗା ଓ ବାସନ ନେଇ ଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ତେବେ ଚୋରା ଦଳ ଗାଁ ଲୋକମାନଙ୍କୁ ଆଗୁଆ କବାଟ ଦେଇ ଲୁଟପାଟ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com