ଓଡ଼ିଶା

ବାରବାଟୀ ଟି୨୦ : ବିମାନବନ୍ଦରରୁ ଭିଭିଆଇପି ଗେଟ୍ ଦେଇ ବାହାରିବେ ଖେଳାଳି, ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଡିସିପି

ଭୁବନେଶ୍ବର :  ବାରବାଟୀ ଟି-ଟ୍ବେଣ୍ଟି ପ୍ରସ୍ତୁତି । ଏଥର ବିମାନବନ୍ଦର କାର୍ଗୋ ଗେଟ୍ ଦେଇ ଆସିବେ ନାହିଁ ଖେଳାଳି । ପ୍ରଥମ ଥର ପାଇଁ ଏୟାରପୋର୍ଟର ଭିଭିଆଇପି ଗେଟ୍ ଦେଇ ବାହାରିବେ ଖେଳାଳି ।

ଖବର ଅନୁଯାୟୀ,  ପୂର୍ବରୁ କର୍ଗୋ ଗେଟ୍ ଦେଇ ବାହାରିଥିଲେ ଖେଳାଳି । କିନ୍ତୁ ଏବେ ଭିଭିଆଇପି ଗେଟ୍‌ ଦେଇ ଖେଳାଳିମାନେ ବାହାରକୁ ବାହାରିବେ ଖେଳାଳି । ଲୋକଙ୍କ ଗହଳିକୁ ଦୃଷ୍ଟିରେ ରଖି ବ୍ୟାରିକେଟ୍‌ ବ୍ୟବସ୍ଥା କରାଯିବ । ଏନେଇ ଆଜି ଭୁବନେଶ୍ବର ଡିସିପି ଓ ସିଆଇ ଏସ ଏଫ୍ ପକ୍ଷରୁ ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇଛି ।

ସେହିପରି ଭିଭିଆଇପି ଗେଟ୍‌ ଭିତରେ ସିଆଇଏସଏଫ ଓ ବାହାରେ କମିଶନରେଟ ପୋଲିସର ଅଧିକାରୀମାନେ ମୁତୟନ ରହିବେ । ଲଗାତର ଭାବେ  ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିବେ ସୁରକ୍ଷାକର୍ମୀ ।

ସୂଚନାଯୋଗ୍ୟ ଯେ, ଆସନ୍ତା ୧୦ ତାରିଖରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜର ୨ୟ ମ୍ୟାଚ୍‌ ଖେଳାଯିବ । ଏହା ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଛି । ଆଜି କାଉଣ୍ଟରରେ ଟିକେଟ୍‌ ବିକ୍ରି ଚାଲିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com