ତେଲକୋଇ: କେନ୍ଦୁଝର ତେଲକୋଇ ରେଞ୍ଜରେ ଥମୁନି ହାତୀ ଉପଦ୍ରଵ। କେତେବେଳେ ମଣିଷ ମାରୁଛନ୍ତି ତ ଆଉ କେତେବେଳେ ଲୋକଙ୍କ ଘରଦ୍ବାର ଭାଙ୍ଗି ଦେଉଛନ୍ତି ହାତୀପଲ । ୨୨ ଦିନରେ ଦୁଇଜଣଙ୍କୁ ଦଳି ମାରିଦେଇଥିବା ବେଳେ ୧୩ଟି ଘର ଭାଙ୍ଗି ଦେଇଛନ୍ତି ହାତୀପଲ।
ଖବର ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟର ବନବିହାରିପୁର ଗାଁରେ ୩ ଟିକିଆ ହାତୀପଲ ପଶି ଭକ୍ତବନ୍ଧୁ ନାୟକ ଓ ଅଭି ମୁଣ୍ଡାଙ୍କ ଘର ଭାଙ୍ଗି ଧାନଚାଉଳ ଖାଇଯାଇଛନ୍ତି। ଅଭି ମୁଣ୍ଡାଙ୍କ ପରିବାର ଲୋକେ ଘର ଭିତରେ ଶୋଇଥିବା ବେଳେ ହାତୀପଲ ପଛପଟୁ ଘର ଭାଙ୍ଗିଥିଲେ । ଘରେ ଥିବା ଧାନଚାଉଳ ଖାଇବା ସହ ଖଟ ଭାଙ୍ଗି ଦେଇଥିଲେ।
ସେପଟେ ଭକ୍ତବନ୍ଧୁ ନାୟକଙ୍କ ରୋଷେଇ ଘର ଭାଙ୍ଗି ଭାତ ଖାଇଯାଇଥିଲେ ହାତୀପଲ। ରାତ୍ରି ସମୟରେ ବିଦ୍ୟୁତ କାଟ ଯୋଗୁଁ ଗାଁ ଭିତରେ ହାତୀପଲ ପଶି ଉପଦ୍ରଵ କରୁଥିବା ସହ ଧନଜୀବନ ନଷ୍ଟ କରୁଥିବା ଲୋକେ ଅଭିଯୋଗ କରିଛନ୍ତି ।
Back to top button