ଅନୁଗୋଳ: ବଜ୍ରାଘାତରେ ନାବାଳକଙ୍କ ମୃତ୍ୟୁ । ଚାଷ ଜମିରୁ ମା’କୁ ଡାକିବାକୁ ଯାଇଥିବା ସମୟରେ ହୋଇଥିଲା ବଜ୍ରପାତ । ଫଳରେ ସେହିଠାରେ ହିଁ ଟଳି ପଡିଥିଲେ ନାବାଳକ ପୁଅ । ଅନୁଗୋଳ ବଡ଼କେରେଜାଙ୍ଗରେ ଘଟିଛି ଅଭାବନୀୟ ଘଟଣା । ମୃତକ ହେଲେ ବଡ଼କେରେଜାଙ୍ଗ ଗାଁର ୧୭ ବର୍ଷର ନାବାଳକ ଦୁଷ୍ମନ୍ତ ସାହୁ ।
କାଳବୈଶାଖୀ ସମୟରେ ଚାଷ ଜମିକୁ ଯାଇଥିବା ବେଳେ ମା’କୁ ଡାକିବାକୁ ଯାଇଥିଲା ପୁଅ ଦୁଷ୍ମନ୍ତ । ସେହି ସମୟରେ ଅଚାନକ ବଜ୍ରାଘାତ ହୋଇଥିଲା । ସେଇଠାରେ ହିଁ ଟଳି ପଡିଲା ପୁଅ ଦୁଷ୍ମନ୍ତ । ତାଙ୍କୁ ତୁରନ୍ତ ଅନୁଗୋଳ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଦୁଷ୍ମନ୍ତଙ୍କୁ ମୃତ ଘୋଷଣା କରିଥିଲେ ।
Back to top button