ଭୁବନେଶ୍ବର: ଓଲିଉଡର ଚୁଲବୁଲି ଅଭିନେତ୍ରୀ ଶିବାନୀଙ୍କ ପାଇଁ ପଡିଛି ବାବୁଶାନ୍ଙ୍କ ବିଦ୍ୟାରଣ । ଆଉ ଏ ବିଦ୍ୟାରାଣ ଫିଟିବ ଏଥର ରଥଯାତ୍ରାରେ । ତଥ୍ୟ ପ୍ରଡକ୍ସନ୍ ପ୍ରସ୍ତୁତ କରିଛନ୍ତି ସିନେମା । ରଜ ଅବସରରେ ଭୁବନେଶ୍ବର ସ୍ଥିତ ହୋଟେଲ ଏମ୍ପାୟାର୍ସଠାରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଧୁମ୍ ଧାମରେ ଅଡିଓ ଲୋକାର୍ପିତ ହୋଇଯାଇଛି । ରଥଯାତ୍ରା ଅବସରରେ ‘ବିଦ୍ୟାରାଣ’ ମୁକ୍ତିଲାଭ କରିବ ବୋଲି ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ।
![](https://i0.wp.com/odia.mobilenews24x7.com/wp-content/uploads/2022/06/WhatsApp-Image-2022-06-15-at-3.37.27-PM-1.jpeg?resize=497%2C330&ssl=1)
ଏହାର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ନିରଞ୍ଜନ ନାୟକ । କାହାଣୀ ସାଙ୍ଗକୁ ନିର୍ଦ୍ଦେଶନା ଭାର ବହନ କରିଛନ୍ତି ଜ୍ୟୋତି ଦାସ । ପୂର୍ବରୁ ଜ୍ୟୋତିଙ୍କ ସହିତ ଶିବାନୀ କାମ କରିସାରିଥିବା ବେଳେ ବାବୁସାନଙ୍କ ସହ ଏହା ପ୍ରଥମ ସିନେମା । ଏହାର ସଂଳାପ ଲେଖିଛନ୍ତି ବାପୁ ଗୋସ୍ଵାମୀ ।
![](https://i0.wp.com/odia.mobilenews24x7.com/wp-content/uploads/2022/06/WhatsApp-Image-2022-06-15-at-3.37.28-PM.jpeg?resize=494%2C328&ssl=1)
ଗୀତ ରଚନା ନିର୍ମଳ ନାୟକ ଓ ବାପୁ ଗୋସ୍ଵାମୀ କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ବୈଦ୍ୟନାଥ ଦାଶ ଦେଇଛନ୍ତି । ଗୀତଗୁଡ଼ିକୁ ଗାଇଛନ୍ତି ବାବୁସାନ୍, ଅସୀମା ପଣ୍ଡା, ସ୍ଵୟମ୍ ପାଢ଼ୀ, ଅନନ୍ୟା, ଲିପ୍ସା, ଗୌରବ ଏବଂ ହ୍ୟୁମାନ ସାଗର ।
![](https://i0.wp.com/odia.mobilenews24x7.com/wp-content/uploads/2022/06/WhatsApp-Image-2022-06-15-at-3.37.27-PM-1-1.jpeg?resize=488%2C324&ssl=1)
ଫିଲ୍ମରେ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାର ଉତ୍ତମ ମହାନ୍ତି, ସାହେବ ସିଂହ, ରାଜା, ସୁଜିତ, ପୁପୁଲ ଭୂୟାଁ, ପ୍ରିୟଙ୍କା, ପିୟୁଷ, ବିଭୁ, ମାନ୍ୟତା ପ୍ରମୁଖ ଅଭିନୟ କରିଛନ୍ତି । ଆକ୍ସନ୍, ରୋମାନ୍ସ ଓ ପାରିବାରିକ ଆବେଗରେ ପରିପୂର୍ଣ୍ଣ ଏହି ସିନେମା ଦର୍ଶକଙ୍କ ମନୋରଞ୍ଜନ କରିବ ବୋଲି ନିର୍ଦ୍ଦେଶକ କହିଛନ୍ତି ।
![](https://i0.wp.com/odia.mobilenews24x7.com/wp-content/uploads/2022/06/WhatsApp-Image-2022-06-15-at-3.37.27-PM.jpeg?resize=494%2C328&ssl=1)
ଅଡିଓ ଲୋକାର୍ପିତ ଉତ୍ସବରେ ‘ବିଦ୍ୟାରାଣ’ର ସମସ୍ତ କଳାକାର ଓ ଗୀତିକାର, ଗାୟକ ଓ ଗାୟିକା ଉପସ୍ଥିତ ଥିଲେ । ‘ବିଦ୍ୟାରାଣ’ର ସମସ୍ତ ଗୀତ ଏବଂ ଭିଡିଓ ଆମର ମ୍ୟୁଜିକ୍ ୟୁଟ୍ୟୁବ ଚ୍ୟାନେଲରେ ଦେଖିବାକୁ ମିଳିବ ।
Back to top button