ଓଡ଼ିଶା

ଉଦ୍ଧାର ହେଲା ରାହୁଲ: ଆମ୍ବୁଲାନ୍ସରେ ଗଲା ହସ୍ପିଟାଲ

ଚମ୍ପା: ଶେଷ ହେଲା ପ୍ରତୀକ୍ଷା । ବୋରଓ୍ବେଲରୁ ଟନେଲ ଦେଇ ବାହାରିଲା ରାହୁଲ । ଜୀବନ ଯୁଦ୍ଧରେ ମୃତ୍ୟୁକୁ ହରାଇ ଫେରିଲା ଫାଇଟର ରାହୁଲ । ଟନେଲରୁ ଅନିଲ ନାମକ ଯବାନ ତାଙ୍କୁ ଯେତେବେଳେ ଟନେଲରୁ ବାହରକୁ ଆଣିଥିଲେ ଉପସ୍ଥିତ ହଜାର ହଜାର ଲୋକଙ୍କ ମୁହଁରେ ଖେଳି ଯାଇଥିଲା ଖୁସି ।

ଟନେଲରୁ ବାହାରକୁ ଆସିବା ମାତ୍ରେ ରାହୁଲକୁ ଷ୍ଟ୍ରେଚରରେ ଆମ୍ବୁଲାନ୍ସକୁ ନିଆଯାଇଥିଲା । ଆମ୍ବୁଲାନ୍ସରେ ଉପସ୍ଥିତ ଥିବା ମେଡିକାଲ ଟିମ୍ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରିବା ପରେ ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ରାହୁଲକୁ ହସ୍ପିଟାଲ ନେବା ପାଇଁ ଗ୍ରୀନ କରିଡର ବ୍ୟବସ୍ଥା ପୂର୍ବରୁ କରାଯାଇଥିଲା । ରାସ୍ତାରେ ପଡୁଥିବା ସବୁ ମେଡିକାଲକୁ ହାଇ ଆଲର୍ଟରେ ରଖଯାଇଛି ।

ରାହୁଲ ଉଦ୍ଧାର ପରେ କାନ୍ଦି ପକାଇଲେ ଉଦ୍ଧାରକାରୀ ଟିମ୍

ରାହୁଲକୁ ବାହାରକୁ ଆଣିବା ପରେ ଉଦ୍ଧାରକାରୀ ଟିମ ଖୁସିରେ କାନ୍ଦି ପକାଇଥିଲେ । ଏକ ଛୋଟ ପିଲାକୁ ୫ ଦିନର କଠିନ ପରିଶ୍ରମ କରି ଉଦ୍ଧାର କରିବାର ଖୁସିରେ ଆତ୍ମହରା ହୋଇଯାଇଥିଲେ ଉଦ୍ଧାରକାରୀ ଟିମର ପ୍ରତ୍ୟେକ ସଦସ୍ୟ । ଏମିତି କି କିଛି ସଦସ୍ୟ ତାଙ୍କ ଟିମ୍ ଲିଡରଙ୍କୁ କାନ୍ଧରେ ବସାଇ ବିଜୟ ଉତ୍ସବ ମନାଇ ଥିଲେ । ବିନା ଖିଆ ପିଆରେ ଉଦ୍ଧାରକାର୍ଯ୍ୟରେ ଲାଗିଥିବା ଟିମ ଉପସ୍ଥିତ ଲୋକଙ୍କୁ ହାତରେ ବିଜୟ ସଙ୍କେତ ଦେଇଥିଲେ । ଯାହା ଦେଖିବା ପରେ ହଜାର ହଜାର ଲୋକଙ୍କ ଆଡୁ ଶୁଭିଥିଲା ଉଦ୍ଧାରକରୀ ଦଳଙ୍କ ଜୟ ଜୟ କାର ।

ରାହୁଲ ସହ ବୋରଓ୍ବେଲରେ ସାପ ଓ ବେଙ୍ଗ

ବୋରଓ୍ବେଲରେ କେବଳ ରାହୁଲ ଫସି ନଥିଲା । ରାହୁଲ ସହ ଏକ ସାପ ଓ ଗୋଟିଏ ବେଙ୍ଗ ମଧ୍ୟ ଥିଲେ । ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହି ଦୁଇ ଜୀବ ରାହୁଲର କିଛି କ୍ଷତି କରିନଥିଲେ । ଏହା ହିଁ ପ୍ରକୃତିର ନୀୟମ ଓ ଭଗବାନଙ୍କ ଆଶୀର୍ବାଦ କହିଲେ ଭୁଲ ହେବନାହିଁ । ସାପ ଓ ବେଙ୍ଗ ସହ ରାହୁଲ ୫ ଦିନ ବତାଇବା ଓ ସୁରକ୍ଷିତ ଉଦ୍ଧାର ହେବା ଗୋଟିଏ କଥାକୁ ସୂଚାଉଛି ବିପଦ ବେଳେ ସବୁ ସମାନ । ରାହୁଲ ପରି ସେମାନେ ମଧ୍ୟ ମୁକ୍ତି ଆଶାରେ ଥିଲେ । ରାହୁଲ ହିଁ ଦେବଦୂତ ସାଜି ସେମାନଙ୍କ ମୁକ୍ତିର ମାଧ୍ୟମ ସାଜିଥିଲା ।

ଚମ୍ପା ଆକାଶରେ ଆତସବାଜି

ରାହୁଲ ଉଦ୍ଧାର ପରେ ଛତିଶଗଡ଼ର ଚମ୍ପା ଜିଲ୍ଲା ଯେମିତି ଆଜି ଦୀପାବଳି ପାଳନ କରିବା ପରି ମନେ ହେଉଥିଲା । ଆକାଶରେ ବିଭିନ୍ନ ପ୍ରକାର ବାଣର ଆତସବାଜି ଦେଖିବାକୁ ମିଳିଥିଲା । ଭଗବାନଙ୍କ ଆଶୀର୍ବାଦ ଓ ୧୦୦ କୋଟିରୁ ଅଧିକ ଲୋକଙ୍କ ପ୍ରାର୍ଥନାର ଫଳ ହିଁ ଥିଲା ରାହୁଲ ଜୀବନ ଯୁଦ୍ଧରେ ବିଜୟୀ ହୋଇ ଫେରିବା ।

Related Articles

Back to top button
WP Twitter Auto Publish Powered By : XYZScripts.com