ଜାତୀୟ

ପ୍ରଥମ ପଞ୍ଜାବୀ ସିଙ୍ଗର ଭାବେ ଇତିହାସ ସୃଷ୍ଟି କଲା ସିଦ୍ଧୁ ମୁସେୱାଲାଙ୍କ ଏହି ଗୀତ, ଖୁବ କମ୍ ଭାରତୀୟଙ୍କୁ ମିଳିଛି ଏହି ସଫଳତା

ଚଣ୍ଡିଗଡ଼: ଗ୍ୟାଙ୍ଗଷ୍ଟରଙ୍କ ଗୁଳିରେ ପ୍ରାଣ ହରାଇଥିବା ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ଗୀତଙ୍କ ଗୀତ ଇତିହାସ ସୃଷ୍ଟି କରିଛି। ପ୍ରଥମ ପଞ୍ଜାବୀ ଗାୟକ ଭାବେ ମୁସେୱାଲାଙ୍କ ଗୀତ ‘୨୯୫’ ବିଲ୍‌ବୋର୍ଡ ଗ୍ଲୋବାଲ ୨୦୦ ଚାଟ୍‌ରେ ସ୍ଥାନ ପାଇଛି। ବିଲୋବୋର୍ଡ ଗ୍ଲାୋବାଲ ୨୦୦ ଚାର୍ଟରେ ୨୮୫ ଗୀତକୁ ୧୫୪ ତମ ସ୍ଥାନରେ ରଖାଯାଇଛି।

ପୂର୍ବରୁ ବହୁତ କମ୍ ଭାରତୀୟ ଗାୟକଙ୍କ ଗୀତ ଏହି ତାଲିକାରେ ସ୍ଥାନ ପାଇଥିବା ବେଳେ ପ୍ରଥମ ପଞ୍ଜାବୀ ସିଙ୍ଗର ଭାବେ ସିଦ୍ଧୁଙ୍କୁ ଏହି ସଫଳତା ମିଳିଛି। ଏହି ତାଲିକାରେ ହ୍ୟାରୀ ଷ୍ଟାଲ୍ସ, କମିଲା ସେବେଲୋ, ଜଷ୍ଟିନ ବିବର ଏବଂ ଇଟନ ଜହନ ରହିଛନ୍ତି।

Related Articles

Back to top button