ଜାତୀୟମନୋରଞ୍ଜନ

ସଲମାନଙ୍କ ଏହି ଫିଲ୍ମରେ ଜଣେ କି ଦୁଇ ଜଣ ନୁହେଁ ୧୦ ଜଣ ଅଭିନେତ୍ରୀ ଆସିବେ ନଜର

ମୁମ୍ବାଇ: ବଲିଉଡ୍‌ରେ ଦବଙ୍ଗ ଖାନ୍‌ ଭାବେ ବେଶ୍‌ ପରିଚିତ ସଲମାନ ଖାନ୍‌। ଦର୍ଶକମାନେ ବଲିଉଡ ତାଙ୍କ ଫିଲ୍ମକୁ ଉତ୍ସାହର ସହିତ ଅପେକ୍ଷା କରି ରହିଥାନ୍ତି। ସଲମାନଙ୍କର ଆଗକୁ ଅନେକ ଫିଲ୍ମ ଆସିବାକୁ ଯାଉଛି । କିନ୍ତୁ ନିକଟରେ ତାଙ୍କ ବିଷୟରେ ଏପରି ଏକ ଫିଲ୍ମ ବିଷୟରେ ସୂଚନା ମିଳିଛି ଯେଉଁଥିରେ ଜଣେ ନୁହେଁ , ଦୁଇ ନୁହେଁ କି ତିନି ନୁହଁନ୍ତି, ଏକାଥରେ ଦଶ ଜଣ ଅଭିନେତ୍ରୀ ତାଙ୍କ ସହ ନଜର ଆସିବେ। ତାହା ହେଉଛି ଫିଲ୍ମ ‘ନୋ ଏଣ୍ଟ୍ରି’ ।

ଏହି ସମୟରେ ସଲମାନ ଖାନଙ୍କ କାର୍ଯ୍ୟସୂଚୀ ସମ୍ପୂର୍ଣ୍ଣ ଭାବେ ଟାଇଟ୍‌ ରହିଛି । ଅଭିନେତା କ୍ରମାଗତ ଭାବରେ ଫିଲ୍ମ ପାଇଁ ସୁଟିଂ କରୁଛନ୍ତି । ‘କବି ଇଦ୍ କବି ଦିୱାଲୀ’ ଫିଲ୍ମର ସୁଟିଂ ନେଇ ନିଜେ ସୋସିଆଲ ମିଡିଆ ଆକାଉଣ୍ଟରେ ସୂଚନା ଦେଇଥିଲେ। ଏବେ ତାଙ୍କର ଅନ୍ୟ ଏକ ଚଳଚ୍ଚିତ୍ର ବିଷୟରେ ସୂଚନା ମିଳୁଛି। ରିପୋର୍ଟ କୁହାଯାଇଛି କି ସଲମାନଙ୍କ ଫିଲ୍ମ ‘ନୋ ଏଣ୍ଟ୍ରି’ର ସିକ୍ୱେଲ୍ ହେବାକୁ ଯାଉଛି ଯାହାର ନାମ’ ନୋ ଏଣ୍ଟ୍ରି ମେଁ ଏଣ୍ଟ୍ରି ‘ ।

ଫିଲ୍ମରେ ଦଶ ଜଣ ଅଭିନେତ୍ରୀ ରହିବେ। ଏପର୍ଯ୍ୟନ୍ତ ଅଭିନେତ୍ରୀଙ୍କ ନାମ ପ୍ରକାଶ କରାଯାଇ ନାହିଁ। କୁହାଯାଉଛି ପୁରୁଣା ଚେହେରା ମଧ୍ୟ ଦେଖିବାକୁ ମିଳିବ। ଏଯାଏଁ ସେ ବିଷୟରେ କୌଣସି ସୂଚନା ମିଳି ନାହିଁ । ଏହି ଫିଲ୍ମର ସୁଟିଂ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଫିଲ୍ମର ନିର୍ଦ୍ଦେଶକ ଆନିସ୍ ବାଜମି ଏକ ସାକ୍ଷାତକାରରେ କହିଥିଲେ ଯେ ସଲମାନ ଏହି ଚଳଚ୍ଚିତ୍ର ପ୍ରତି ବହୁତ ଆଗ୍ରହ ଦେଖାଉଛନ୍ତି। କେବଳ ଏତିକି ନୁହେଁ, ସେମାନେ ଚାହୁଁଛନ୍ତି ଯେ ଫିଲ୍ମର ସୁଟିଂ ଯଥାଶୀଘ୍ର ଆରମ୍ଭ ହେବ।

Related Articles

Back to top button
WP Twitter Auto Publish Powered By : XYZScripts.com