ଜାତୀୟମନୋରଞ୍ଜନ

ଅନୁପମା ସିରିଏଲ୍‌ରେ ଆସିବ ଟ୍ବିଷ୍ଟ, ଏହି ପପୁଲାର ଅଭିନେତ୍ରୀ ଶୋ’କୁ କହିବେ ଅଲବିଦା ?

ମୁମ୍ବାଇ: ‘ଅନୁପମା’ ଟେଲି ଧାରାବାହିକର ଲୋକପ୍ରିୟ ଟିଭି ଶୋ’। ଏହି ସିରିଏଲର କୌଣସି ଟ୍ରାକ୍‌କୁ ଦର୍ଶକମାନେ ମିସ୍‌ କରନ୍ତି ନାହିଁ । ଦୀର୍ଘ ସମୟ ଧରି ଏହି ସିରିଏଲ୍‌କୁ ଦେଖି ଆସୁଛନ୍ତି। ନିକଟରେ ଅନୁପମାଙ୍କର ଦ୍ୱିତୀୟ ବିବାହ ହୋଇଥିଲା । ଯାହାକୁ ଲୋକମାନେ ଖୁବ୍‌ ପସନ୍ଦ କରିଥିଲେ । ହେଲେ ବର୍ତ୍ତମାନ ଏଥିରେ ବଡ ଟ୍ବିଇଷ୍ଟ ଆସିବ ବୋଲି ଶୁଣିବାକୁ ମିଳୁଛି ।

ମିଡିଆ ରିପୋର୍ଟ ଅନୁଯାୟୀ ଅନୁପମାଙ୍କ ଜୀବନରେ ପୁଣି ଥରେ ଦୁଃଖ ଆସିବାକୁ ଯାଉଛି। ଅନୁପମାରଙ୍କ ବୋହୂ କିଞ୍ଜଲ ଅର୍ଥାତ୍ ନିଧି ଶାହା ଶୋ’ରେ ମରି ଯାଉଛନ୍ତି ଏବଂ ସେ ସିରିଏଲରୁ ବିଦାୟ ନେଉଛନ୍ତି। କିଞ୍ଜଲ ଏକ କାର ଦୁର୍ଘଟଣାର ସମ୍ମୁଖୀନ ହେବେ। ଏହି ଦୁର୍ଘଟଣା ପରେ ଏପରି ପରିସ୍ଥିତି ସୃଷ୍ଟି ହେବ ଯେ ଡାକ୍ତରମାନେ କହିବେ ଯେ କେବଳ ଜଣେ ମା କିମ୍ବା ଶିଶୁକୁ ଉଦ୍ଧାର କରାଯାଇପାରିବ। ଏହା ସହିତ କିଞ୍ଜଲ ମରିଯିବେ ଏବଂ ଶୋ’ରୁ ନିଧି ଶାହାଙ୍କର ଦୁଇ ବର୍ଷର ଯାତ୍ରା ଶେଷ ହେବ।

ହେଲେ ନିଧିଙ୍କ ପକ୍ଷରୁ ଏବିଷୟରେ କୌଣସି ସୂଚନା ଆସିନାହିଁ, କିନ୍ତୁ ତାଙ୍କୁ ଏକ ଭଲ ଅଫର ମିଳିଥିବାର ଖବର ରହିଛି। କୁହାଯାଉଛି ଯେ ସେ ୟେ ରିସ୍ତା କ୍ୟା କେହଲତାଙ୍କ ଫେମ୍‌ ମୋହସିନ୍ ଖାନଙ୍କ ସହ ଏକ ପ୍ରୋଜେକ୍ଟରେ ଦେଖିବାକୁ ମିଳିବେ। ତେବେ କହିବାକୁ ଗଲେ କିଞ୍ଜଲ ଅର୍ଥାତ୍ ନିଧି ଅନୁପମାର ଏକ ଲୋକପ୍ରିୟ ଚରିତ୍ର ଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com