ଜାତୀୟରାଜନୀତି

କୁଆଡ଼େ ଚାଲିଗଲେ ନୂପୁର ଶର୍ମା? ଦିଲ୍ଲୀରେ ୪ ଦିନ ହେଲା ଖୋଜୁଛି ମୁମ୍ୱାଇ ପୋଲିସ

ନୂଆଦିଲ୍ଲୀ : ପୈଗମ୍ୱର ମହମ୍ମଦଙ୍କ ଉପରେ ବୟାନ୍‌ ଦେଇ ବିବାଦ ଘେରକୁ ଆସିଥିବା ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କୁ ଏବେ ମୁମ୍ୱାଇ ପୋଲିସ ଖୋଜୁଛି। ଦିଲ୍ଲୀରେ ଗତ ୪ଦିନ ହେଲା ତାଙ୍କୁ ପୋଲିସ ଖୋଜୁଛି ବୋଲି ଜଣା ପଡ଼ିଛି କିନ୍ତୁ ତାଙ୍କର କୌଣସି ଖୋଜ ଖବର ମିଳୁନାହିଁ। ମୁମ୍ୱାଇ ପୋଲିସ ରଜା ଏକାଡେମିର ଅଭିଯୋଗରେ ନୂପୁରଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଏହା ସହିତ ତାଙ୍କୁ ପଚରା ଉଚୁରା ପାଇଁ ନୋଟିସ୍‌ ଜାରି କରାଯାଇଛି।

ମହାରାଷ୍ଟ୍ରର ଗୃହ ବିଭାଗ କହିଛି ବିଜେପିରୁ ନିଲମ୍ୱିତ ହୋଇଥିବା ମୁଖପାତ୍ର ନୂପୁର ଶର୍ମାଙ୍କର ଏବେ କୌଣସି ଖୋଜ ଖବର ମିଳୁନାହିଁ। ପୋଲିସ ପାଖରେ ନୂପୁର ଶର୍ମାଙ୍କୁ ଗିରଫ କରିବା ପାଇଁ ପର୍ଯ୍ୟାପ୍ତ ପ୍ରମାଣ ରହିଛି ବୋଲି ଗୃହ ବିଭାଗ କହିଛି। ମୁମ୍ୱାଇ ପୋଲିସର ପାୟଧୁନି ଥାନା ନୂପୁରଙ୍କ ବିରୋଧରେ ଏତଲା ଦାଖଲ କରିଛି। ଏହା ଛଡ଼ା ନୂପୁରଙ୍କ ବିରୋଧରେ ଶର୍ମାଙ୍କ ବିରୋଧରେ ଥାଣେ ପୋଲିସ ପାଖରେ ଅଭିଯୋଗ କରାଯାଇଛି।

ରିପୋର୍ଟରେ ବିଶେଷ ସୂତ୍ରରୁ କୁହାଯାଇଛିଯେ ନୂପୁରଙ୍କୁ ପ୍ରଥମେ ଇମେଲ୍‌ରେ ନୋଟିସ୍‌ ପଠା ଯାଇଥିଲା। ଏବେ ପୋଲିସ ନିଜେ ତାଙ୍କୁ ନୋଟିସ୍‌ ଦେବା ପାଇଁ ପହଞ୍ଚିଛି। ଦିଲ୍ଲୀ ପୋଲିସକୁ ସହଯୋଗ ନ ମିଳିବା ଖବରରେ ମହାରାଷ୍ଟ୍ରର ରାଜ୍ୟ ଗୃହମନ୍ତ୍ରୀ ଦିଲ୍ଲୀପ ୱୋଲସେ ପାଟିଲ୍‌ କହିଛନ୍ତି ମହାରାଷ୍ଟ୍ର ପୋଲିସ୍‌ର ପ୍ରୟାସ ଜାରି ରହିଛି ଏହା ସତ ଓ ଦିଲ୍ଲୀ ପୋଲିସକୁ ମଧ୍ୟ ସହଯୋଗ କରିବା ଆବଶ୍ୟକ।

Related Articles

Back to top button