ଚଣ୍ଡୀଗଡ଼ : ଆମ୍ ଆଦମୀ ପାର୍ଟି ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କର କାରକେଡ୍ରେ ଯାଉଥିବା ସମୟର ଏକ ଭିଡିଓ ଟୁଇଟ୍ କରିଛି। ଏଥିରେ ନୂଆ ସେନା ନିଯୁକ୍ତି ଯୋଜନା ‘ଅଗ୍ନିପଥ’କୁ ବିରୋଧ କରୁଥିବା ଜଣେ ଯୁବକ ମାନ୍ଙ୍କ ସହିତ କଥାବର୍ତ୍ତା କରିବା ପାଇଁ ମାନ୍ଙଙ୍କୁ ଡାକିଛ। ଏହାପରେ ମାନ୍ ତାଙ୍କ କାର୍କେଡ୍କୁ ଅଟାକାଇଛନ୍ତି। ଏହି ଭିଡିଓରେ ମୁଖ୍ୟମନ୍ତ୍ରୀ ମାନ୍ ପଞ୍ଜାବରେ ରୋଡ୍ ଶୋ କରିବା ସମୟରେ ଲୋକମାନଙ୍କୁ ଅଭିବାଦନ କରୁଥିବା ଦେଖାଯାଇଛି। ସେ ତାଙ୍କ ସୁରକ୍ଷିତ ଏକ୍ସୟୁଭିରେ ଛିଡ଼ା ହୋଇଥିବା ନଜର ଆସିଛନ୍ତି। ସେହି ସମୟରେ କଳା ରଙ୍ଗର ଟି ସାର୍ଟ ପିନ୍ଧିଥିବା ଜଣେ ଯୁବକ ତାଙ୍କୁ ହାତ ଠାରିଛନ୍ତି ଓ ତାଙ୍କ ସହିତ କଥା ହେବା ପାଇଁ ଅପିଲ୍ କରିଛନ୍ତି।
The reason why Punjab loves @BhagwantMann ❤️
Punjab CM STOPPED his roadshow for #SangrurBypoll to listen to a youth protesting against #AgnipathScheme pic.twitter.com/PVXiTU0MYI
— AAP (@AamAadmiParty) June 19, 2022