ଜାତୀୟ
ମିଳିଲେ ଆବ୍ବାସ୍ ଭାଇ, ବ୍ଲଗରରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ନାମ

ସିଡନୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମା ହୀରାବେନଙ୍କ ୧୦୦ତମ ଜୟନ୍ତୀ ଅବସରରେ ଶନିବାର ଏକ ବ୍ଲଗ୍ ଲେଖିଥିଲେ। ଏଥିରେ ସେ ଆବ୍ବାସ ଭାଇଙ୍କ ନାମ ଉଲ୍ଲେଖ କରିଥିଲେ। ଆବ୍ବାସ ଭାଇ ଏବେ ଅଷ୍ଟ୍ରେଲିଆ ସିଡନୀରେ ତାଙ୍କ ପରିବାର ସହ ରହୁଛନ୍ତି। କୁହାଯାଉଛି ଆବ୍ବାସ ଭାଇ ଗୁଜରାଟ ସରକାରଙ୍କ ଫୁଡ ଏଣ୍ଡ ସିଭିଲ ସପ୍ଲାଇ ଡିପାର୍ଟମେଣ୍ଟରେ ଚାକିରୀ କରି ଅବସର ନେଇସାରିଛନ୍ତି।
ପ୍ରଧାନମନ୍ତ୍ରୀ ତାଙ୍କ ବ୍ଲଗରରେ ସେ ସମୟର ସ୍ମରଣୀୟ ମୂହୁର୍ତ୍ତକୁ ମନେ ପକାଇଥିଲେ ଯେତେବେଳେ ସେ ପିଲା ଥିଲେ। ଏଥିରେ ପ୍ରଧାନମନ୍ତ୍ରୀ ତାଙ୍କ ମା ହୀରାବେନଙ୍କୁ ଧନ୍ୟବାଦ ଜଣାଇଛନ୍ତି, ଯିଏ ପରିବାରରେ ଅନ୍ୟମାନଙ୍କ ଖୁସିରେ ନିଜର ଖୁସି ଖୋଜୁଥିଲେ ବୋଲି ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ପିତା ବନ୍ଧୁଙ୍କ ପରଲୋକରେ ତାଙ୍କ ପୁଅ ଆବ୍ବାସ ଅଲ୍ଲୀକୁ ନିଜ ଘରକୁ ନେଇଆସିଥିବାର ମନେ ପକାଇଛନ୍ତି। ଏବେ ଆବ୍ବାସ ଅଲ୍ଲୀ ଚର୍ଚ୍ଚାକୁ ଆସିଥିବା ବେଳେ ତାଙ୍କ ବିଷୟରେ ସମସ୍ତେ ଜାଣିବାକୁ ସମସ୍ତେ ଆଗ୍ରହୀ । ଏଥିରେ ଏକ ପ୍ରସିଦ୍ଧ ୱେବସାଇଟ୍ ପ୍ରଧାନମନ୍ତ୍ରୀଙ୍କ ଏହି ବାଲ୍ୟ ସାଥୀଙ୍କ ସହ ଖାସ ଆଲୋଚନା କରିଛି।





